ନୂଆଦିଲ୍ଲୀ,୨୬/୧୨; ନାଇଜେରିଆରେ ଆଇଏସଆଇଏସ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ । ଉତ୍ତର ପଶ୍ଚିମ ନାଇଜେରିଆର  ISIS ଆତଙ୍କବାଦୀ ଆଡ୍ଡା ଉପରେ ହମକା କରିଛି ଆମେରିକା ସେନା । ନୀରିହ ଖ୍ରୀଷ୍ଟ ଧର୍ମାଲମ୍ବୀଙ୍କୁ ହତ୍ୟା କରାଯାଉଥିବାରୁ ଆକ୍ରମଣ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କ୍ରମରେ ଆଇଏସଆଇଏସ ଠିକଣାରେ ୟୁଏସ୍ ସେନା ଘାତକ ହମକା କରିଛି । ଏହା ପରେ ମୃତ ଆତଙ୍କୀଙ୍କୁ ଟ୍ରୁଥ୍ ସୋସିଆଲରେ ବଡ଼ଦିନ ଶୁଭେଚ୍ଛା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗତ ମାସରେ, ନାଇଜେରିଆରେ ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ ବିରୋଧରେ ଚେତାବନୀ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ପାଇଁ ଇଙ୍ଗିତ ଦେଇଥିଲେ । ନାଇଜେରିଆ ଦୀର୍ଘ ଦିନ ଧରି ବୋକୋ ହାରାମ ଏବଂ ISIS-ସମ୍ପର୍କିତ ଗୋଷ୍ଠୀ ଦ୍ୱାରା ଘଟୁଥିବା ହିଂସା ଦ୍ୱାରା ଜର୍ଜରିତ, ଯେଉଁଠାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଏହି କାର୍ଯ୍ୟାନୁଷ୍ଠାନ ଟ୍ରମ୍ପ ପ୍ରଶାସନର କଠୋର ନୀତିର ଏକ ଅଂଶ ।

ନାଇଜେରିଆରେ ବର୍ଷ ବର୍ଷ ଧରି ଆଇଏସଆଇଏସ ସମ୍ପର୍କୀତ ଗୋଷ୍ଠୀ ଏବଂ ବୋକା ହରାମ ଚରମପନ୍ଥୀ ହିଂସା ଘଟାଇ ଆସୁଛନ୍ତି । ଯେଉଁଥିରେ ପ୍ରାୟ ଦେଶରେ ଉତ୍ତର ଭାଗରେ ହିଂସାରେ ସାଧାରଣ ନାଗରିକ ଏବଂ ଧାର୍ମିକ ସମୁଦାୟଙ୍କ ଉପରେ ହମଲା ହେଉଥିଲା । ଆମେରିକା ରାଷ୍ଟ୍ରପତି ଖ୍ରୀଷ୍ଟମାସ ରାତିରେ ଏକ ବଡ଼ ଘୋଷଣା କରିଛନ୍ତି । ତାଙ୍କ ନିର୍ଦ୍ଦେଶରେ ଆମେରିକା ସେନା ଉତ୍ତର-ପଶ୍ଚିମ ନାଇଜେରିଆରେ ଇସଲାମିକ-ଷ୍ଟେଟ ଆତଙ୍କବାଦୀଙ୍କ ବିରୋଧରେ ଶକ୍ତିଶାଳୀ ଏବଂ ଘାତକ ଏୟାରଷ୍ଟ୍ରାଇକ୍ କରିଛି । ଏହା ଆକ୍ରମଣ ସେହି ଆତଙ୍କୀଙ୍କ ଉପରେ ହୋଇଛି ଯେଉଁମାନେ ବିଶେଷ କରି ନିର୍ଦ୍ଦୋଶ- ନୀରିହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ହତ୍ୟା କରୁଥିଲେ ।

​​​​​​​

ଏୟାରଷ୍ଟ୍ରାଇକ୍ ପରେ ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି,''  ଆଜି ରାତିରେ,କମାଣ୍ଡର ଇନ୍ ଚିଫ୍ ଭାବରେ ମୋ ନିର୍ଦ୍ଦେଶରେ, ସଂଯୁକ୍ତ ରାଜ୍ୟ ଆମେରିକା ଉତ୍ତର-ପଶ୍ଚିମ ନାଇଜେରିଆରେ ଆଇଏସଆଇଏସ ଆତଙ୍କୀ ଆଡ୍ଡାରେ ଶକ୍ତିଶାଳୀ ହମଲା କରିଛି । ଏ ଆତଙ୍କୀ ମୁଖ୍ୟ ରୂପରେ ନିର୍ଦ୍ଦୋଶ ଇସାଇଙ୍କୁ ଟାର୍ଗେଟ କରି ନିର୍ମମ ଭାବେ ହତ୍ୟା କରିଥିଲେ । ମୁଁ ଆତଙ୍କୀଙ୍କୁ ଚେତାବନୀ ଦେଇଥିଲି । ଯଦି ଇସାଇଙ୍କୁ ହତ୍ୟା କରିବା ବନ୍ଦ ନକରାଯାଏ ଭାରି ପରିଣାମ ଭୋଗିବାକୁ ପଡ଼ିବ, ଆଜି ରାତିରେ ମୂଲ୍ୟ ଦିଆଯାଇଛି । ଆମେରିକା ରକ୍ଷା ବିଭାଗ ଅନେକ ସଠିକ୍ ହମଲା କରିଛି । ଟ୍ରମ୍ପ ଜୋର ଦେଇ କହିଛନ୍ତି, ଯେ ତାଙ୍କ ନେତୃତ୍ୱରେ ଆମେରିକା ମୌଳବାଦୀ ଇସଲାମିକ ଆତଙ୍କବାଦକୁ ବିକଶିତ ହେବାକୁ ଦେବ ନାହିଁ । ଭଗବାନ ଆମର ସେନାକୁ ଆଶୀର୍ବାଦ କରନ୍ତୁ ଏବଂ ନିହତ ଆତଙ୍କବାଦୀଙ୍କ ସମେତ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା । ଯଦି ଖ୍ରୀଷ୍ଟିଆନଙ୍କ ହତ୍ୟା ଜାରି ରହେ, ତେବେ ଏପରି ଆହୁରି ଅନେକ ଆତଙ୍କବାଦୀ ନିହତ ହେବେ । "