ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ରୁଷ ୟୁକ୍ରେନ ଯୁଦ୍ଧ: ୪୦୦ ସଂସ୍ଥା ସହ ୧୯ ଭାରତୀୟ କମ୍ପାନୀ ଉପରେ କଟକଣା ଲଗାଇଲା ଆମେରିକା

Published By : Prameya | November 1, 2024 4:51 PM

ୱାଶିଂଟନ,୧ \୧୧ : ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାରି ଭିତରେ ବଡ ଆକ୍ସନ ନେଇଛି ଆମେରିକା ।  ଯୁଦ୍ଧରେ ୟୁକ୍ରେନ ବିରୋଧରେ ରୁଷକୁ ସହାୟତା କରିବା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ଅଭିଯୋଗରେ ଭାରତ ସମେତ ଡର୍ଜନରୁ ଅଧିକ ଦେଶ ଉପରେ ରୋକ ଲଗାଇଛି ଆମେରିକା । ଏଥିରେ ୪୦୦ରୁ ଅଧିକ ସଂସ୍ଥା ସାମିଲ ଥିବା ଜଣାପଡିଛି । ପ୍ରତିବଦ୍ଧ ଲଗାଯାଇଥିବା ସଂସ୍ଥା ମଧ୍ୟରେ ଭାରତର ୧୯ଟି କମ୍ପାନୀ ରହିଛି ।   

ଆମେରିକା ଡେପୁଟି ଟ୍ରେଜେରୀ ସଚିବ ୱାଲା ଆଡେମୋ ବିବୃତ୍ତି ଜାରି କରି କହିଛନ୍ତି, ୟୁକ୍ରେନ ବିରୋଧରେ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ନେଇ ୪୦୦ ସଂସ୍ଥା ଉପରେ ପ୍ରତିବଦ୍ଧ ଲଗାଯାଇଛି । ଏଥିରେ  ଭାରତର ୧୯ଟି କମ୍ପାନୀ ସମେତ ୨ ଭାରତୀୟ ରହିଛନ୍ତି । ଏହି ପଦକ୍ଷେପ ନେବା ପଛର ମୁଖ୍ୟ ଉଦ୍ଦେଶ୍ୟ  ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ବ୍ରେକ ଲଗାଇବାକୁ ହେବ । ଆମେରିକା ବିଦେଶ ବିଭାଗ କହିଛି ଆମେ ପାଖାପାଖି ୪୦୦ ସଂସ୍ଥା ଉପରେ ପ୍ରତିବଦ୍ଧ ଲଗାଇଛୁ ।  ଏଥିରେ ୧୨୦ରୁ ଅଧିକ ନାଗରିକ ଓ କମ୍ପାନୀ ସାମିଲ ଅଛନ୍ତି । ଏହା ସହିତ ଟ୍ରେଜେରୀ ବିଭାଗ ୨୭୦ରୁ ଅଧିକ କମ୍ପାନୀ ନାମିତ ହୋଇଛି । ବାଣିଜ୍ୟ ବିଭାଗ ଗବେଷଣା ଅନୁଷ୍ଠାନ ଓ ୪୦ ନୂଆ କମ୍ପାନୀଗୁଡିକୁ ତାର ନୂଆ ସୂଚୀରେ ସାମିଲ କରିଛି ।

ଆମେରିକାର ଏହି ଆକ୍ସନ ପ୍ରଥମ ନୁହେଁ ।  ଏହା ପୂର୍ବରୁ ମଧ୍ୟ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଦ ଲଗା ଯାଇଛି । ୨୦୨୩ରେ ରୁଷ ସେନାକୁ ଆମେରିକା ଜିନିଷ ଯୋଗାଇ ଦେବା ନେଇ ଭାରତୀୟ କମ୍ପାନୀ ଉପରେ ରୋକ ଲଗାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.