ଓ୍ବାଶିଂଟନ୍,୧୩।୭: ଆମେରିକୀୟ ସିନେଟର ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ ପରେ ଇରାନର କିଛି ଖବରକାଗଜ ଏବଂ ଗଣମାଧ୍ୟମ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ରିପୋର୍ଟରେ ଗ୍ରାହାମଙ୍କ ମୃତ୍ୟୁକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି ଏବଂ କିଛି ପ୍ରକାଶକ ଆମେରିକୀୟ ନେତାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଇରାନୀ ଖବରକାଗଜ ‘ହମସାହରି’ ନିଜର ପ୍ରଥମ ପୃଷ୍ଠାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଫଟୋ ପବ୍ଲିସ କରିଛି। ଏହା ସହିତ ଏକ ହୋର୍ଡିଂ ମଧ୍ୟ ଲଗାଇଛି। ଏହାର ଅର୍ଥ ହେଉଛି, ଆଗକୁ ବି ହଠାତ ମୃତ୍ୟୁର ଆଶଙ୍କା ହୋଇପାରେ। ଖବର କାଗଜରେ ଟ୍ରମ୍ପଙ୍କ ବ୍ୟତୀତ ଦିବଂଗତ ସିନେଟର ଲିଣ୍ଡସେ ଗ୍ରାହମ, ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ଆମେରିକା ଏବଂ ଇସ୍ରାଏଲର କିଛି ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଫଟୋ ମଧ୍ୟ ରହିଛି।
ଏଭଳି ଭାବରେ ଇରାନ ଖବର କାଗଜ ବତନ-ଇ-ଇମରୁଜ ୧୩ ଜୁଲାଇରେ ନିଜର ଭର୍ସନରେ ଲିଣ୍ଡସେ ଗ୍ରାହମଙ୍କ ମୃତ୍ୟୁକୁ ପ୍ରମୁଖ ଖବର ଭାବରେ ପବ୍ଲିସ କରିଛି। ଖବର କାଗଜ ତାଙ୍କୁ ଆମେରିକାର ଇରାନ ବିରୋଧ ନୀତିର ପ୍ରମୁଖ ସମର୍ଥକ ବୋଲି କହିବା ସହ ତାଙ୍କ ମୃତ୍ୟୁକୁ ହଠାତ ରୋଗ ସହ ଯୋଡି ଘୋଷଣା କରାଯାଇଛି। କିଛି ସରକାରୀ ମିଡିଆ ବ୍ରଡକାଷ୍ଟ ମଧ୍ୟ ଗ୍ରାହମଙ୍କ ମୃତ୍ୟୁକୁ ନେଇ କଡା ଶବ୍ଦ ବ୍ୟବହାର କରିଛନ୍ତି। ଏକ ଇରାନୀ ସରକାରୀ ମିଡିଆ ପ୍ରେଜେଣ୍ଟର ଲାଇଭ ଶୋ’ ବେଳେ ଗ୍ରାହମଙ୍କ ମୃତ୍ୟୁ ଉପରେ କମେଣ୍ଟ କରି କହିଛନ୍ତି, ଇରାନର ଜନତାଙ୍କୁ ଶୁଭେଚ୍ଛା ଜଣାଉଛି। ତେବେ ଏହି ଦାବି କିମ୍ବା କମେଣ୍ଟର ସପୋର୍ଟରେ କୌଣସି ସାର୍ବଜନୀକ ପ୍ରମାଣ ଆଗତ କରିହେବନି।
ଆମେରିକାର କିଛି ଦକ୍ଷିଣପନ୍ଥୀ ଏବଂ MAGA ଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ଏବଂ ଷଡ଼ଯନ୍ତ୍ର ତତ୍ତ୍ୱ ଦେଖାଦେଇଛି। କେତେକ ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (IRGC) ରୁ ପୂର୍ବ ଧମକକୁ ଦର୍ଶାଇ ଗ୍ରାହାମଙ୍କ ମୃତ୍ୟୁର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି। ତେବେ ଗ୍ରାହାମଙ୍କ ମୃତ୍ୟୁକୁ କୌଣସି ବିଦେଶୀ ଷଡ଼ଯନ୍ତ୍ର ସହିତ ଯୋଡିବାର କୌଣସି ସାର୍ବଜନୀନ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ଲିଣ୍ଡସେ ଗ୍ରାହାମ ଦୀର୍ଘ ଦିନ ଧରି ଆମେରିକୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ରିପବ୍ଲିକାନ ନେତା ଭାବରେ ଜଣାଶୁଣା ଥିଲେ। ସେ ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନ୍ର ସାମରିକ ସହାୟତା ଦେଉଥିବା ସମର୍ଥକ ଥିଲେ। ଏହାଛଡା ସେ ଇସ୍ରାଏଲକୁ ଲଗାତାର ସମର୍ଥନ କରିଛନ୍ତି ଓ ଇରାନର ବର୍ତ୍ତମାନ ସରକାର ବିରୋଧରେ କଡା ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିଥିଲେ।
ଆହୁରି ପଢନ୍ତୁ : ଇରାନ-ୟୁଏସ୍ ଉତ୍ତେଜନା ଆହୁରି ହେବ ସାଂଘାତିକ ? ପୁଟିନ ପଠାଇଲେ ‘ପ୍ରଳୟକାରୀ’ Tu-214PU ବିମାନ