ନୂଆଦିଲ୍ଲୀ –ମିଡିଲ ଇଷ୍ଟରେ ଜାରି ଉତ୍ତେଜନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ୍ ବିଳମ୍ୱରେ ଇରାନ ଯୁଦ୍ଧରେ ଏଣ୍ଟ୍ରି ମାରିଛି। ଇରାନ-ଆମେରିକାର ଉତ୍ତେଜନା ମଧ୍ୟରେ ନିଜର ପ୍ରଳୟକାରୀ ବିମାନକୁ ତେହେରାନ ପଠାଇ ଦେଇଛି। ରୁଷ୍ ଇରାନକୁ ନିଜର ସବୁଠୁ ସୁରକ୍ଷିତ ଏୟାରବୋର୍ନ କମାଣ୍ଡ ଏୟାରକ୍ରାଫ୍ଟ ପଠାଇ ଦେଇଛି। ଫ୍ଲାଇଟ୍ ଟ୍ରାକିଂ ଡାଟା ମୁତାବିକ, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ଏଲିଟ୍ Tu-214PU ବିମାନ ତେହେରାନରେ ପହଞ୍ଚିଛି।
ରିପୋର୍ଟ ମୁତାବିକ,ଟ୍ରୁପୋଲେଭ ଡିଜାଇନ ବ୍ୟୁରୋର ଏହି ସ୍ୱତନ୍ତ୍ର ଭେରିଆଣ୍ଟ ସାମାନ୍ୟ ଯାତ୍ରୀ ବିମାନ Tu-214ର ସଂଶୋଧିତ ରୂପ, ଯାହା ରୁଷ୍ ପାଇଁ ଉଡ଼ନ୍ତା କମାଣ୍ଡ ପୋଷ୍ଟର କାମ କରିଥାଏ, ମସ୍କୋ-ତେହେରାନ ମଧ୍ୟରେ ଏହି ମୁତୟନକୁ କ୍ରେମଲିନ ଦ୍ୱାରା ଇରାନକୁ ମଜବୁତ ସମର୍ଥନର ସଙ୍କେତ ଭାବେ ମନେକରାଯାଇଛି।
Tu-214PU ରୁଷର ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ ପାଇଁ ଉଡ଼ନ୍ତା ମୋବାଇଲ କମାଣ୍ଡ ପୋଷ୍ଟ। ଏଥିରେ ଅତ୍ୟାଧୁନିକ ସୁରକ୍ଷିତ ସଞ୍ଚାର ପ୍ରଣାଳୀ , ଏନକ୍ରିପ୍ଟେଡ୍ ଲିଙ୍କ୍ସ, ସାଟେଲାଇଟ୍ କମ୍ୟୁନିକେସନ ଓ ପରମାଣୁ ଆକ୍ରମଣ କମ୍ୱା ବଡ଼ ଯୁଦ୍ଧରେ ମଧ୍ୟ କାମ କରୁଥିବା ରିଡଣ୍ଡେଣ୍ଟ ସିଷ୍ଟମ ଲାଗିଛି। ବିମାନକୁ କୌଣସି ବି ପାଣିପାଗ , ଇଲେକ୍ଟ୍ରନିକ୍ ଜମିଂ ଓ ଖୁବ୍ ବିପଦପୂର୍ଣ୍ଣ ମାହୋଲରେ ପରିଚାଳନା କରିବା ପାଇଁ ଡିଜାଇନ କରାଯାଇଛି। ଏଥିରେ ଦୁଇଟି ଶକ୍ତିଶାଳୀ ଏଭିଆଡଭିଗେଟଲ ପିଏସ-୯୦ଏ ଟର୍ବୋଫେନ ଇଞ୍ଜିନ ଲାଗିଛି , ଯାହା ୮୫୦ କିଲୋମିଟର ପ୍ରତିଘଣ୍ଟାର ସର୍ବାଧିକ ଗତି ଓ ୬,୫୦୦ରୁ ୭୦୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ। ବିମାନକୁ ରୋସିଆ ସ୍ପେଶାଲ ଫ୍ଲାଇଟ୍ ସ୍କ୍ୱାଡ୍ରନ ସଞ୍ଚାଳିତ କରିଥାଏ, ଯାହାର କାମ ବଡ଼ ଜାତୀୟ ଜରୁରୀକାଳୀନ ସ୍ଥିତିରେ ରୁଷର ଶୀର୍ଷ ରାଜନୀତିକ ଓ ସାମରିକ ନେତାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା। ଏହି ବିମାନ ୧୯୮୯ରେ ପ୍ରଥମ ଥର ଉଡ଼ାଣ ଭରି ଥିଲା ଏବଂ ୧୯୯୦ ଦଶକରେ ବ୍ୟବସାୟିକ ସେବାରେ ସାମିଲ ହୋଇଥିଲା। ପରେ ଏହାକୁ ବିଶେଷ ରୂପେ ରାଷ୍ଟ୍ରପତି ଓ ଉଚ୍ଚ କମାଣ୍ଡ ପାଇଁ ଅପଗ୍ରେଡ୍ କରାଯାଇ ଥିଲା।
ଉଲ୍ଲେଖନୀୟ ଯେ, ରୁଷ୍ ଓ ଇରାନ ମଧ୍ୟରେ ଗତ ଅନେକ ବର୍ଷ ହେବ ସେନା , ଟେକନିକ୍ ଓ ଗୁଇନ୍ଦା ସହଯୋଗ ବୃଦ୍ଧି ପାଇଛି। ଦୁଇ ଦେଶ ୟୁକ୍ରେନ ଯୁଦ୍ଧ ସିରିଆ ସଙ୍କଟ ଓ ଏବେ ପଶ୍ଚିମ ଏସିଆରେ ପରସ୍ପରର ନିକଟତର ସହଯୋଗୀ ହୋଇଛନ୍ତି। Tu-214PUର ମୁତୟନକୁ ବିଶେଷ ରୂପେ ଇରାନ ମଧ୍ୟରେ ଉଚ୍ଚ-ସ୍ତରୀୟ ସିଧାସଳଖ କଥାବାର୍ତ୍ତା , ରିୟଲ-ଟାଇମ୍ ଇଣ୍ଟେଲିଜେନ୍ସ ସେୟାରିଂ ଓ ମିଳିତ ଏମର୍ଜେନ୍ସି ପ୍ଲାନିଂର ପାର୍ଟନର ମନେକରୁଛନ୍ତି।
ଆହୁରି ମଧ୍ୟ ପଢନ୍ତୁ - ଯଦି ଇରାନ ଟ୍ରମ୍ପଙ୍କୁ ହତ୍ୟା କରେ ତେବେ କ'ଣ ହେବ...ସାମରିକ କାର୍ଯ୍ୟାନୁଷ୍ଠାନ, ପରମାଣୁ ଆକ୍ରମଣ, ନା କିଛି ବି ନୁହେଁ?
ସୂଚନା ଅନୁସାରେ , ଏହି ବିମାନ ଇରାନୀ ହାଇ କମାଣ୍ଡକୁ ଆମେରିକୀୟ ଆକ୍ରମଣ ବେଳେ ସୁରକ୍ଷିତ କମାଣ୍ଡ ଓ କଣ୍ଟ୍ରୋଲ ପ୍ରଦାନ କରିପାରେ। ଏହାସହ , ଏହା ମସ୍କୋର ସ୍ପଷ୍ଟ ମେସେଜ୍ ଯେ, ସେ ତେହରାନକୁ ଏକୁଟିଆ ଛାଡ଼ିବ ନାହିଁ ଏବଂ ପ୍ରତି ପଦକ୍ଷେପରେ ତା ସାଥିରେ ଠିଆ ହୋଇଛି।