ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ପାକିସ୍ତାନକୁ ଚୀନ ସମର୍ଥନ କରିବାରୁ ସାମ୍ନାକୁ ଆସିଲା ଆମେରିକା , ଭାରତ ପାଇଁ କଲା ବଡ଼ ଘୋଷଣା

Published By : Prameya | May 1, 2025 10:05 PM

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତକୁ ସାରା ବିଶ୍ୱର ଦେଶ ଗୁଡିକରୁ ସମର୍ଥନ ମିଳିବାରେ ଲାଗିଛି। ଆମେରିକା , ରୁଷ୍‌ ସହ ଅଧିକାଂଶ ଦେଶ ଆତଙ୍କୀ ହମଲାକୁ ନିନ୍ଦା କରିଛନ୍ତି। ଏବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍‌ ଓ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ହୋଇଛି, ଯେଉଁଥିରେ ଆମେରିକା ବଡ଼ ଘୋଷଣା କରିଛି ଯେ, ସେ ଭାରତର ଡିଫେନସର ଅଧିକାରକୁ ସମର୍ଥନ କରୁଛି। ଏହା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ଏସ୍‌ ଜୟଶଙ୍କର ଓ ପାକିସ୍ତାନୀ ପିଏମ୍‌ ଶହବାଜ ଶରିଫଙ୍କ ସହ କଥା ହୋଇ ଉତ୍ତେଜନା ହ୍ରାସ କରିବାକୁ ଅପିଲ କରିଥିଲେ। ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ। ଚୀନ୍‌ ଭଳି ଦେଶ ପାକିସ୍ତାନକୁ ସମର୍ଥନ ଦେଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ପୋଷ୍ଟ କରିଛନ୍ତି , ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗସେଥଙ୍କ ସହ କଥା ହୋଇଛି ଏବଂ ଜମ୍ମୁ ଓ କାଶ୍ମୀରର ପହଲଗାମରେ ନୃଶଂସ ଆତଙ୍କବାଦୀ ହମଲାରେ ନିର୍ଦ୍ଦୋଷ ନାଗରିକଙ୍କ ଦୁଃଖଦ ମୃତ୍ୟୁରେ ନିଜର ଗଭୀର ସମବେଦନା ବ୍ୟକ୍ତି କରିଛନ୍ତି। ହେଗସେଥ୍‌ କହିଛନ୍ତି ଯେ , ଆମେରିକା ଭାରତ ସହ ଏକାଠି ଠିଆ ହୋଇଛି ଏବଂ ଭାରତର ଆତ୍ମରକ୍ଷାର ଅଧିକାରର ସମର୍ଥନ କରିଥାଏ । ସେ ଆତଙ୍କବାଦ ବିରୋଧରେ ଭାରତର ଲଢେଇରେ ଆମେରିକାର ସରକାରଙ୍କ ଦୃଢ ସମର୍ଥନକୁ ଦୋହରାଇଛନ୍ତି।

ରାଜନାଥ ସିଂହ ଆହୁରି କହିଛନ୍ତି ଯେ, କଥାବାର୍ତ୍ତା ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରୀ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଛନ୍ତି ଯେ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ , ପ୍ରଶିକ୍ଷଣ ଓ ପାଣ୍ଠି ଯୋଗାଇବାର ଇତିହାସ ରହିଛି। ବିଶ୍ୱ ସମୁଦାୟ ପାଇଁ ଆତଙ୍କବାଦର ଏମିତି ଜଘନ୍ୟ କାର୍ଯ୍ୟର ସ୍ପଷ୍ଟ ରୂପେ ନିନ୍ଦା କରିବା ଗୁରୁତ୍ତ୍ୱପୂର୍ଣ୍ଣ। ଏହା ପୂର୍ବରୁ , ଭାରତୀୟ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋଙ୍କୁ କହିଥିଲେ , ଗତ ସପ୍ତାହରେ ଜମ୍ମୁ କାଶ୍ମୀରରେ ହୋଇଥିବା ଘାତକ ହମଲାର ଅପରାଧୀଙ୍କୁ ନ୍ୟାୟ ଦିଆଯିବା ଉଚିତ୍‌। 

ଆମେରିକା କହିଛି ଯେ, ରୁବିଓ ବୁଧବାର ପୃଥକ ଟେଲିଫୋନରେ ଦୁଇ ପଡୋଶୀଙ୍କ ମଧ୍ୟରେ ତିକ୍ତ ସଂପର୍କ ବିଷୟରେ ଆଲୋଚନା କରିଥିଲେ ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ଏକାଠି କାମ କରିବାକୁ ଅନୁରୋଧ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.