ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଧିକ ପରଫ୍ୟୁମ୍‌ ଲଗାଇବାରେ ହୋଇଥାଏ ଏହି କ୍ଷତି, ଜାଣନ୍ତୁ ଶରୀରର କେଉଁ ପାର୍ଟରେ ଲଗାଇବା ଉଚିତ ସେଣ୍ଟ

Published By : Prameya | January 22, 2025 9:50 PM

ନୂଆଦିଲ୍ଲୀ : ଝାଳର ଦୁର୍ଗନ୍ଧରୁ ମୁକ୍ତି ପାଇବା ସହ ଏକ ଫ୍ରେସ୍‌ ଅନୁଭବ ପାଇଁ, ଅଧିକାଂଶ ଲୋକ ପରଫ୍ୟୁମ୍‌ ଲଗାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ କଣ ଜାଣନ୍ତି, ଆପଣଙ୍କ ଦେହ ମନକୁ ମହକାଉ ଥିବା ପରଫ୍ୟୁମ୍‌ , ଅନେକ ସମୟରେ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ। 

ବିଶେଷଜ୍ଞଙ୍କ ଅନୁସାରେ, ପରଫ୍ୟୁମ୍‌କୁ ତିଆର କରିବା ସହ ଏହାର ବାସ୍ନାକୁ ଦୀର୍ଘ ସମୟ ଯାଏ ବଜାୟ ରଖିବା ପାଇଁ କମ୍ପାନୀମାନେ ଅନେକ ପ୍ରକାରର ରାସାୟନିକର ବ୍ୟବହାର କରନ୍ତି। ଯାହା ସଂପର୍କରେ ଆସିବା ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ସହ ଜଡ଼ିତ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୁଏ। 

କେଉଁ କେଉଁ ରୋଗର ବିପଦ ବଢାଏ ପରଫ୍ୟୁମ୍‌ –

ପରଫ୍ୟୁମ୍‌ରେ ବ୍ୟବହୃତ ରାସାୟନିକରେ ହର୍ମୋନାଲ ଅସନ୍ତୁଳନତା ଓ ସ୍କିନ୍‌ ଆଲର୍ଜି ହେବା ଏକ ସାଧାରଣ କଥା। ଏହି ରାସାୟନିକର ସଂପର୍କରେ ଆସିବା ଦ୍ୱାରା ତ୍ୱଚାରେ ଜ୍ୱଳନ , କୁଣ୍ଡାଇ ହେବା , ଇନଫର୍ଟିଲିଟି ଓ କ୍ୟାନସର ଭଳି ଗୁରୁତର ରୋଗ ହେବାର ବିପଦ ବଢିପାରେ। କିଛି ଲୋକଙ୍କ ଠାରେ ପରଫ୍ୟୁମ୍‌ ଆଲର୍ଜିର ମଧ୍ୟ କାରଣ ସାଜିଥାଏ। ଏଥିରେ ଲୋକଙ୍କ ପାଇଁ ପରଫ୍ୟୁମ୍‌ର ବାସ୍ନା ଫୁଲାର ଲକ୍ଷଣ ସୃଷ୍ଟି କରି ଗୁରୁତର ମୁଣ୍ଡବ୍ୟଥା ଓ ସ୍କିନ୍‌ ଇନଫେକ୍ସନର ବିପଦ ମଧ୍ୟ ସୃଷ୍ଟି କରେ। 

କହି ରଖୁଛି କି, ହାର୍ଭାର୍ଡ ହେଲ୍‌ଥର ଏକ ଷ୍ଟଡି ଅନୁସାରେ , ୧୦ଜଣରୁ ପାଖାପାଖି ଜଣେ ବ୍ୟକ୍ତିକୁ ପରଫ୍ୟୁମରେ ମିଳୁଥିବା କେମିକାଲରୁ ଆଲର୍ଜି ହୋଇ ପାରେ। 

ଶରୀରର କେଉଁ ଭାଗରେ ପରଫ୍ୟୁମ୍‌ ଲଗାଇବା ଉଚିତ୍‌ ନୁହେଁ :

୧- ପରଫ୍ୟୁମ୍‌କୁ ଅଣ୍ଡରଆର୍ମସରେ ଲଗାଇବାରୁ ଦୂରେଇ ରହିବା ଉଚିତ। ଏମିତି କରିବାରେ ସେଠାର ତ୍ୱଚାରେ ଜ୍ୱଳନ ଓ କୁଣ୍ଡାଇ ହେବା ସମସ୍ୟା ହୋଇ ପାରେ।

୨-ପ୍ରାଇଭେଟ୍ ପାର୍ଟର ଆଖପାଖରେ ମଧ୍ୟ ପରଫ୍ୟୁମ୍‌ ଲଗାଇବାରୁ ନିବୃତ୍ତ ରହିବା ଉଚିତ। ଏମିତି କରିବାରେ ତ୍ୱଚାରେ ଜ୍ୱଳନ ଓ ସଂକ୍ରମଣର ସମସ୍ୟା ହୋଇପାରେ। 

୩- କ୍ଷତ ବା ଘା'ର ଆଖପାଖରେ ପରଫ୍ୟୁମ୍ ଲଗାଇବାରୁ ଦୂରେଇ ରହିବା ଉଚିତ। ଏଥିରେ ଜ୍ୱଳନ ଓ ଯନ୍ତ୍ରଣା ଅନୁଭବ ହୋଇପାରେ। 

୪- ଯଦି ଆପଣଙ୍କର ତ୍ୱଚା ସେନ୍ସଟିଭ୍‌ ତ ଆପଣଙ୍କୁ ପେଟ ଓ ନାଭିର ଆଖପାଖର ତ୍ୱଚାରେ ମଧ୍ୟ ପରଫ୍ୟୁମ୍‌ ଲଗାଇବା ଉଚିତ୍‌ ନୁହେଁ। ଏମିତି କରିବା ଦ୍ୱାରା ତ୍ୱଚାରେ ଜ୍ୱଳନ ହୋଇପାରେ।

୫-ମୁହଁ ଓ ନାକର ଆଖପାଖରେ ପରଫ୍ୟୁମ୍‌ ଲଗାଇବାରୁ ଦୂରେଇ ରହିବା ଉଚିତ୍‌। ଏମିତି ନକଲେ କ୍ଷତିକାରକ କେମିକାଲ୍ସ ଶରୀରରକୁ ଯାଇ କ୍ଷତି କରିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.