ମୁମ୍ବାଇ,୧୧/୪ : ସାଉଥ ଅଭିନେତା ପବନ କଲ୍ୟାଣଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଉସ୍ତାଦ ଭଗତ ସିଂହ’ ହଲ୍ ପରେ ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ପ୍ରଥମେ କୁହାଯାଉଥିଲା କି ଫିଲ୍ମ ୨୩ଏପ୍ରିଲରେ ଓଟିଟିରେ ରିଲିଜ ହୋଇପାରେ । କିନ୍ତୁ ଏବେ ମେକର୍ସ ଫିଲ୍ମର ଅଫିସିଆଲ୍ ରିଲିଜର ସୂଚନା ଦିଆଯାଇଛି । ଫିଲ୍ମ ୧୬ଏପ୍ରିଲରେ ରିଲିଜ କରାଯିବ । ଫ୍ୟାନ୍ସ ବହୁ ସମୟରୁ ଉସ୍ତାଦ ଭଗତ ସିଂହଙ୍କ ଡିଜିଟାଲ ରିଲିଜର ଅପେକ୍ଷା କରୁଥିଲେ। ଫିଲ୍ମ ୧୯ମାର୍ଚ୍ଚରେ ଫିଲ୍ମ ହଲରେ ହୋଇଥିଲା ।
ଫିଲ୍ମର ପ୍ରଥମ ଦିନର କଲେକ୍ସନ ଧମାକାଦାର ରହିଥିଲା ଏବଂ ଫିଲ୍ମ ପ୍ରଥମ ଦିନ୩୪.୭୫କୋଟି ଟଙ୍କାର ଭଲ କଲେକ୍ସନ କରିଥିଲା । କିନ୍ତୁ ବଢୁଥିବା ଦିନ ସହ ଫିଲ୍ମର କଲେକ୍ସନ କମ୍ ହୋଇଥିଲା ଏବଂ ଫିଲ୍ମ ନିଜ ବଜେଟ ପର୍ଯ୍ୟନ୍ତ ଉଠାଇପାରିନଥିଲା । ଫିଲ୍ମ ବୈଶ୍ବିକ ସ୍ତରରେ ୯୬.୩୬କୋଟି ଟଙ୍କାର ପ୍ରାୟ କଲେକ୍ସନ କରିଥିଲା । ଯାହା କି ଫିଲ୍ମର ବଜେଟ ୧୫୦କୋଟି ଟଙ୍କା ଥିଲା । ରିଲିଜକୁ ଏବେ ଠିକରେ ଗୋଟିଏ ମାସ ପୂରା ହୋଇନାହିଁ । କିନ୍ତୁ ଏହା ପୂର୍ବରୁ ହିଁ ମେକର୍ସ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ଫିଲ୍ମର ରାଇଟର୍ସ ବିକ୍ରି କରି ଦେଇଛନ୍ତି ଏବଂ ଫିଲ୍ମ ୧୬ଏପ୍ରିଲରେ ଭିନ୍ନ ଭିନ୍ନ ଭାଷାରେ ରିଲିଜ ହେବ ।