ଭୁବନେଶ୍ୱର,୨୨/୧୧:ଶୁକ୍ରବାର ଓଡ଼ିଶାର ତିନିଜଣ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାନ ଯୁବ ପୁରସ୍କାରରେ ପୁରସ୍କୃତ କରାଯିବ । ସେମାନେ ହେଲେ ଓଡ଼ିଶୀ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୂପା ଗାୟତ୍ରୀ ପଣ୍ଡା,  ଦେବାଶିଷ ପଟ୍ଟନାୟକ ଓ ଲୋକନୃତ୍ୟ ଶିଳ୍ପୀ ଆଲୋକ  ବିଶୋଇ । ୨୦୨୨ ବର୍ଷ ପାଇଁ ଅରୂପାଙ୍କୁ ଏହି ପୁରସ୍କାର  ମିଳୁଥିବା ବେଳେ ଅନ୍ୟ ଦୁଇଜଣ ୨୦୨୩ ବର୍ଷ ପାଇଁ  ପାଇବେ । 

ଶୁକ୍ରବାର ନୂଆଦିଲ୍ଲୀର ଡ.ଆମ୍ବେଦକର  ନ୍ୟାସନାଲ ସେଣ୍ଟରରେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ  କରାଯିବ । ପୁରସ୍କାର ବାବଦରେ ଏମାନେ ୨୫ ହଜାର  ଅର୍ଥରାଶି ଓ ସ୍ମୃତିଫଳକ ପାଇବେ । କାର୍ଯ୍ୟକ୍ରମରେ  କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ଙ୍କ  ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ।