ନୂଆଦିଲ୍ଲୀ, ୧୫/୧୨ : ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ଅସୁସ୍ଥ । ଆମେରିକାର ସ୍ୟାନ ଫ୍ରାନସିସକୋର ଏକ ହସ୍ପିଟାଲରେ ଭର୍ତ୍ତି । କୁହାଯାଉଛି କି ସେ ହୃଦଘାତ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ଏବେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।  ପ୍ରକାଶ ଯେ, ଜାକିର ହୁସେନ ପ୍ରସିଦ୍ଧ ଦିବଙ୍ଗତ ତବଲା ବାଦକ ଅଲ୍ଲା ରଖା ଖାଁଙ୍କ ପୁଅ ଅଟନ୍ତି । ସେ ବହୁ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ଏବଂ ତବଲା ବାଦନ କରିଛନ୍ତି । 

ଜାକିର ହୁସେନ ୭ବର୍ଷରୁ ତବଲା ଶିଖିବା ଆରମ୍ଭ କରିଥିଲେ ଏବଂ ୧୨ବର୍ଷରେ ସେ ଦେଶ ସାରା ବୁଲି ପରଫର୍ମାନ୍ସ କରିବା ଆରମ୍ଭ କରି ଦେଇଥିଲେ । ପ୍ରାୟ ୪ଦଶନ୍ଧି ପୂର୍ବରୁ ଜାକିର ହୁସେନ ନିଜ ପରିବାର ସହ ଆମେରିକାର ସ୍ୟାନ ଫ୍ରାନସିସକୋରେ ଯାଇ ରହିଥିଲେ । ଜାକିରଙ୍କୁ ଦେଶ ବିଦେଶରେ କେତେକ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତର‌ରେ ପୁରସ୍କୃତ କରାଯାଇ ସାରିଛି ।