ଲକ୍ଷ୍ନୌ,୧୪।୧୨:  ଦୀର୍ଘ  ୪୬ ବର୍ଷ ପରେ ଖୋଲିଲା ମନ୍ଦିରର ଦ୍ବାରା। ଏହା ହେଉଛି ଉତ୍ତର ପ୍ରଦେଶର ସମ୍ଭଲରେ ଥିବା  ଏକ ବହୁ ପୁରାତନ ଶିବ-ହନୁମାନ ମନ୍ଦିରର । ଦୀର୍ଘ ବର୍ଷ ଧରି ଏହି ମନ୍ଦିରରେ ପୂଜାପାଠ ହୋଇନାହିଁ। ସାମ୍ପ୍ରଦାୟିକ ବିବାଦ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବାର ଜଣାପଡିଛି। ବିଦ୍ୟୁତ୍ ଚୋରି ନେଇ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସର ମିଳିତ ଚଢ଼ାଉବେଳେ  ପ୍ରଶାସନ ଉପସ୍ଥିତିରେ ପୋଲିସ ଦ୍ବାରା ଖୋଲିଥିଲା। ମନ୍ଦିର ସଫେଇ ବେଳେ ଏହା ଭିତରେ ଏକ କୂଅ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ୧୯୭୮ ମସିହାରେ ସାମ୍ପ୍ରଦାୟିକ ବିବାଦ ପରେ ଏହି ମନ୍ଦିର ବନ୍ଦ ହୋଇଯାଇଥିଲା

ମନ୍ଦିରର ଭିତର ସଫା ବେଳେ ଗର୍ଭ ଗୃହରେ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ରହିଥିବା ଦେଖିବାକୁ ମିଳିଥିଲା। ଏହି ମନ୍ଦିର ନଖାସା ଥାନା ଅଞ୍ଚଳର ଖଗୁ ସରାଇ ଅଞ୍ଚଳରେ ରହିଛି। କୁହାଯାଉଛି ଯେ, ଏହି ମନ୍ଦିର ରସ୍ତୋଗୀ ପରିବାରର କୁଳଗୁରୁରଙ୍କ। ଆଖପାଖରେ ବହୁ ଅଞ୍ଚଳରେଥିବା ମନ୍ଦିରରେ ମଧ୍ୟ ଦଖଲ କରାଯାଇଛି। ଏହା ହେଉଛି ‌ସେହି ଅଞ୍ଚଳ ଯେଉଁଠି ହିଂସାକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ପୂଜକଙ୍କ କହିବା ଅନୁଯାୟୀ ଏହି ମନ୍ଦିରରେ ପୂଜା କରିବା ପାଇଁ କାହାର ସାହସ ନଥିଲା। ପୂଜକମାନେ ନିଜ ନିଜର ଘର ବିକ୍ରି କରି ମନ୍ଦିର ବନ୍ଦ କରି ଚାଲିଯାଇଥିଲେ। ପୂର୍ବରୁ ଜଣେ ପୂଜକ ଏହି ମନ୍ଦିରରେ ରହୁଥିଲେ, କିନ୍ତୁ ଭୟରେ ସେ ମଧ୍ୟ ମନ୍ଦିର ଏବଂ ଅଞ୍ଚଳ ଛାଡି ଚାଲିଯାଇଥିଲେ। ମନ୍ଦିର ସାଂସଦ ଜିୟାଉରହମାନଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଥିଲା। 

ସମ୍ଭଲ ଜିଲ୍ଲାପାଳ ଡକ୍ଟର ରାଜେନ୍ଦ୍ର ପୈସିୟା କହିଛନ୍ତି, ମନ୍ଦିରଟି ୪୦୦ ରୁ ୧୦୦୦ ବର୍ଷ ପୁରୁଣା ହୋଇପାରେ। ତେବେ ଏହା ପ୍ରକୃତରେ କେତେ ବର୍ଷ ତଳର ତାହା ଏଏସ୍ଆଇ କାର୍ବନ ଡେଣ୍ଟିଂ କରିବା ପରେ ଜଣାପଡିବ। ଏବେ ଏହାର ସଫେଇ କାମ ଆରମ୍ଭ ହୋଇଛି। ଏହି ପୁରା ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟର ଲୋକ ରୁହନ୍ତି। ଏହି ମନ୍ଦିର ଯାହାଙ୍କର ଏବେ ତାଙ୍କୁ ଦିଆଯିବ। ଯିଏ ଏହା ଉପରେ ବହୁ ବର୍ଷ ହେବ କବଜା କରିଥିଲେ, ତାଙ୍କ ବିରୋଧରେ ଆକ୍ସନ ନିଆଯିବ।  

ପୋଲିସର ସୂଚନା ଅନୁସାରେ, ଶନିବାର ସକାଳେ ସମ୍ଭଲରେ  ବେଆଇନ ବିଦ୍ୟୁତ ସଂଯୋଗ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯାଉଥିବା ଜଣାପଡିଥିଲା। ଯେତେବେଳେ ବିଦ୍ୟୁତ୍ ବିଭାଗ ଯାଞ୍ଚ କଲେ, ସେଠାରେ ଶତାଧିକ ବେଆଇନ ସଂଯୋଗ ଥିବା ଜାଣିବାକୁ ପାଇଥିଲେ। ବର୍ତ୍ତମାନ ଚାରୋଟି ମସଜିଦରୁ ବିଭିନ୍ନ ପ୍ରକାରର ତାର ବାହାରିଛି। ଏଠାରେ ଏକ ପାୱାର ହାଉସ୍ ନିର୍ମାଣ କରି ବେଆଇନ ଭାବେ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିଲା ବୋଲି ଜଣାପଡ଼ିଛି। ଏହାପରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବିଜୁଳି ବିଭାଗ ଓ ପୁଲିସ ମିଳିତ ଭାବେ ସେଠାରେ ଥିବା ସମସ୍ତ ଘର ଓ ମସଜିଦ ଉପରେ ଚଢ଼ାଉ କରିଥିଲେ।