ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଉତ୍ତରକାଶୀରେ ବିନାଶକାରୀ ବନ୍ୟା, ଭସାଇ ନେଲା ବହୁ ଘର: ୪ ମୃତ, ୫୦ରୁ ଅଧିକ ନିଖୋଜ

Published By : Harapriya Biswal | August 5, 2025 3:20 PM

ନୂଆଦିଲ୍ଲୀ,୫।୮: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ବଡ଼ ଦୁର୍ଘଟଣା। ଗଙ୍ଗୋତ୍ରି ଧାର ଓ ମୁଖଓ୍ବା ନିକଟରେ ଥିବା ଧରାଲି ଗାଁରେ ମଙ୍ଗଳବାର ବାଦଲଫଟା ବର୍ଷା ପରେ ବନ୍ୟା। ଦ୍ରୁତ ଗତିରେ ପାହାଡର ନିମ୍ନ ଅଞ୍ଚଳକୁ ବୋହି ଆସିଥିଲା ପାଣି। ଯାହାଫଳରେ ବହୁ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଏହି ଘଟଣା ଖୁବ୍ ଗମ୍ଭୀର ଓ ଏହା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି। ବନ୍ୟା ପାଣିରେ ଘର ଭାଙ୍ଗିବା ପରେ ନାଳ ପାଣି ସହ ବୋହି ଯାଇଛି। ଯାହା ଭିତରେ ଅନେକ ଲୋକ ଦବି ହୋଇ ରହିଯାଇଥିବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି। 

ବାଦଲ ଫାଟି ନାଳରେ ପାଣି ଆସିବା ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଏବେ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦୁର୍ଘଟଣା ନେଇ ସୂଚନା ମିଳିଛି। ସ୍ଥିତି ଉପରେ କଡା ନଜର ରଖାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ଧରାଲି(ଉତ୍ତରକାଶୀ) ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ପ୍ରବଳ ପରିମାଣରେ କ୍ଷୟକ୍ଷତି ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଏସ୍‌ଡିଆରଏଫ୍, ଏନ୍‌ଡିଆରଏଫ୍, ଜିଲ୍ଲା ପ୍ରଶାସନ ତଥା ଅନ୍ୟ ଟିମ୍ ଯୁଦ୍ଧ ସ୍ତରରେ କାର୍ଯ୍ୟରେ ଲାଗି ରହିଛନ୍ତି।’

ପ୍ରଭାବିତ ଗାଁ ଗଙ୍ଗୋତ୍ରୀ ଧାମ ଓ ଗଙ୍ଗାଜୀର ଶୀତକାଳୀନ ପ୍ରବାସ ମୁଖଓ୍ବାର ଖୁବ୍ ନିକଟରେ ରହିଛି। ଏହି ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ଲୋକ ଅଧିକ ଭୟଭୀତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ସବୁ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ମଧ୍ୟ ଜରୁରୀ ପଦକ୍ଷେପ ନିଆଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.