ନୂଆଦିଲ୍ଲୀ,୨୭।୪: ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ଭାରତର ଉଦୀୟମାନ ଷ୍ଟାର କ୍ରିକେଟର ହୋଇପାରିଛନ୍ତି। ବର୍ତ୍ତମାନ ସେ ବିଶ୍ୱ କ୍ରିକେଟ୍ କ୍ରିକେଟ୍ରେ ରାଜ କରୁଛନ୍ତି। ଚାରିଆଡେ କେବଳ ତାଙ୍କ ନାଁର ଚର୍ଚ୍ଚା। ଆଇପିଏଲ୍ ୨୦୨୬ ରେ ଧୂଆଁଧାର ବ୍ୟାଟିଂ କରି ଶତକ କରିସାରିଛନ୍ତି। ଏହି ବାମହାତୀ ବ୍ୟାଟରଙ୍କୁ ନେଇ ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ନୌମାନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କୁ ଟାର୍ଗେଟ କରି ନିଆଜ ଦାବି କରିଛନ୍ତି ଯେ ତାଙ୍କ ବ୍ୟାଟରେ ଏକ AI ଚିପ୍ ଅଛି, ଯାହା ତାଙ୍କ ସଟ୍କୁ ଅଧିକ ଶକ୍ତିଶାଳୀ କରିଥାଏ।

ନିୟାଜ ’ ସ୍ମାଶହିଟ୍’ ନାମକ ଏକ ଶୋ’ରେ କହିଥିଲେ, ଟିକେ ଭାବନ୍ତୁ, ଏ ପିଲା ଜଣକ କିଏ ? ତାଙ୍କ ବ୍ୟାଟର ଯାଞ୍ଚ କରନ୍ତୁ। ଯେପରିWADA (ୱାର୍ଲ୍ଡ ଆଣ୍ଟି-ଡୋପିଂ ଏଜେନ୍ସି) ଡୋପିଂ, ସେଭଳି ବ୍ୟାଟ୍‌କୁ କୌଣସି ଲ୍ୟାବ୍‌କୁ ପଠାନ୍ତୁ। ବୋଧହୁଏ ସେ ନିଜର ବ୍ୟାଟ୍ରେ ଏଆଇ ଚିପ୍ ଲଗାଇଛନ୍ତି। ଏହା ନିଶ୍ଚିତ ପକ୍ଷେ ଅବିଶ୍ୱସନୀୟ। କି ଖେଳାଳି ! ମୁଁ ଭାବୁଥିଲି ସେ ଟିକେ ଧୀରେ ଖେଳୁଥିଲା। ଏହା ମୋତେ ଆଶ୍ଚର୍ଯ୍ୟ କରୁଛି, ଏହି ବ୍ୟକ୍ତି କିଏ? ଯେତେବେଳେ ତୁମେ ୧୮ ବର୍ଷ ବୟସର ହେବ, ତୁମେ ମାଂସପେଶୀ, ବାଇସେପ୍ସ ଏବଂ ଟ୍ରାଇସେପ୍‌ ବିକଶିତ ହୋଇଥାଏ। ସେ କେବଳ ୧୬ ବର୍ଷ ବୟସର। ସେ ସେତେବେଳେ ଜନ୍ମ ହୋଇଥିଲେ ଯେତେବେଳେ ବିରାଟ କୋହଲି ବିଶ୍ୱ ଚାମ୍ପିଅନ ଥିଲେ। ଏଥିରେ ପାଓ୍ବାର ଗେମ୍ ଅପେକ୍ଷା ଅଧିକ ଟେକ୍ନୋଲୋଜି ରହିଛି। ଯଦି ଆପଣ କେବେ ତାଙ୍କର ଆର୍କ ଦେଖନ୍ତି, ତେବେ ସେ ପୁରା ୩୬୦ ଡିଗ୍ରୀର ବ୍ୟବହାର କରନ୍ତି।’

​​​​​​​

ବୈଭବ ବିଶ୍ବ କ୍ରିକେଟ ଜଗତରେ ନିଜର ଏକ ଅଲଗା ଛାପ ଛାଡିଛନ୍ତି। ଗୋଟିଏ ପରେ ଗୋଟିଏ ବ୍ୟାଟରଙ୍କ ରେକର୍ଡ ନିଜ ନାଁରେ କରିବାରେ ଲାଗିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିରୋଧରେ ୨୬ ବଲ୍‌ରେ ୭୮ ରନ୍ କରି ସେ ଆଇପିଏଲର ସବୁଠାରୁ ଦ୍ରୁତତମ ଶତକର ନିକଟତର ଥିଲେ, କିନ୍ତୁ ଅଳ୍ପକେ କରିପାରିନଥିଲେ। ତେବେ ଏହାଦ୍ବାରା ତାଙ୍କ ସାହାସ ଉପରେ କୌଣସି ପ୍ରଭାବ ପଡିନଥିଲା। ଦୁଇଟି ମ୍ୟାଚ୍‌ରେ ‘ଜିରୋ’ ଓ ୮ ରନ୍ କରିବା ପରେ ୪୬ ରନ୍‌ର ଇନିଂସ ଖେଳି ବୈଭବ ଶନିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୭ ବଲ୍‌ରେ ନିଜର ପ୍ରଥମ ଶତକ କରିଥିଲେ।

ବୈଭବ ୮ଟି ମ୍ୟାଚ୍‌ରେ ୩୫୮ ରନ୍ କରି ଅରେଞ୍ଜ କ୍ୟାପ୍ ରେସ୍‌ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କେଏଲ ରାହୁଲ, ବିରାଟ କୋହଲି ଓ ଅଭିଷେକ ଶର୍ମାଙ୍କ ଭଳି ଖେଳାଳିଙ୍କୁ କଡ୍ଡା ଟକ୍କର ଦେଉଛନ୍ତି। ବୈଭବଙ୍କ ନାଁରେ ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି। ତାଙ୍କ ପରେ ରାହୁଲ ତୃତୀୟ ସ୍ଥାନରେ, ହେନରିକ୍ କ୍ଳାସେନ୍ ଚତୁର୍ଥ, ଶୁଭବନ ଗିଲ୍ ପଞ୍ଚମ ଓ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି। ଟପ୍-୧୦ ହେନରିକ୍ କ୍ଳାସେନ କେବଳ ମାତ୍ର ଜଣେ ବିଦେଶୀ ଖେଳାଳି ରହିଛନ୍ତି।

ଆହୁରି ପଢନ୍ତୁ : ଆଜି RCBକୁ ଭେଟିବ ଦିଲ୍ଲୀ: ବିରାଟ ଏବଂ ରାହୁଲଙ୍କ ଉପରେ ରହିବ ନଜର