ନୂଆଦିଲ୍ଲୀ,୧୦/୦୫; ଚଳିତ ଆଇପିଏଲ ଗୁଜରାଟ ସପ୍ତମ ବିଜୟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ସୱାଇ ମାନସିଂ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ୫୨ତମ ଲିଗ୍ ମ୍ୟାଚରେ ଦଳ ୭୭ ରନରେ ରାଜସ୍ଥାନକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୪ ୱିକେଟ୍ ବିନିମୟରେ ୨୨୯ ରନ ସଂଗ୍ରହ କରିଥିଲା । ଜବାବରେ ରାଜସ୍ଥାନ ୧୬.୩ ଓଭରରେ ୧୫୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୨୩୦ ରନ୍ର ବିଶାଳ ଲକ୍ଷ୍ୟ ନେଇ ରାଜସ୍ଥାନ ବ୍ୟାଟିଂ ଆରମ୍ଭ କରିଥିଲା । ବୈଭବ ସୂର୍ଯ୍ୟବଂଶୀ ଚିରାଚରିତ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୧୬ଟି ବଲ୍ରେ ଦଳୀୟ ସ୍କୋର ୩୮ରେ ପହଞ୍ଚିଥିଲା । ୧୭ତମ ବଲ୍ରେ ଆଉଟ୍ ହୋଇଥିଲେ ବୈଭବ । ୩ଚୌକା ଓ ୩ ଛକା ବଳରେ ୩୬ ରନ କରି ସେ ମହମ୍ମଦ ସିରାଜଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହି ପାଳି ସହିତ ବୈଭବ ରେକର୍ଡ କରିଛନ୍ତି ।

ବୈଭବ ସୂର୍ଯ୍ୟବଂଶୀ ଟି-ଟ୍ୱେଣ୍ଟି କ୍ରିକେଟରେ ୧୦୦ ଛକା ମାରିବାରେ ସବୁଠାରୁ ଦ୍ରୁତ ଏବଂ ସର୍ବକନିଷ୍ଠ ବ୍ୟାଟର ହୋଇଛନ୍ତି । ସେ ମାତ୍ର ୨୯ଟି ଟି-ଟ୍ୱେଣ୍ଟି ଇନିଂସରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । କେବଳ ଇନିଂସ ନୁହେଁ ବଲରେ ମଧ୍ୟରେ ରେକର୍ଡ କରିଛନ୍ତି । ମାତ୍ର ୫୪୧ ବଲରେ ତାଙ୍କର ୧୦୦ଟି ଟି-ଟ୍ୱେଣ୍ଟି ଛକା ପୂରଣ କରିଛନ୍ତି । ପୂର୍ବରୁ କୌଣସି ବ୍ୟାଟର ଏତେ କମ ବଲରେ ଏହି ସଫଳତା ହାସଲ କରିନାହାନ୍ତି । ପ୍ରଥମ ବଲରେ ବଡ଼ ସର୍ଟ ଖେଳିବାକୁ ଡ୍ରେସିଂ ରୁମରୁ ପ୍ରସ୍ତୁତ ହୋଇ ଆସୁଥିବା ବୈଭବ ପ୍ରଥମ ଓଭରରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ରହିଛନ୍ତି । ରୋହିତ ଶର୍ମା ଓ କ୍ରିସ୍ ଗେଲଙ୍କ ପରି ମହାନ ଖେଳାଳିଙ୍କ ସମକକ୍ଷ ହୋଇଛନ୍ତି ।

ପାୱାର ପ୍ଲେରେ ସର୍ବାଧିକ ଛକା- 
୩୦* ବୈଭବ ସୂର୍ଯ୍ୟବଂଶୀ (୨୦୨୬)
୨୯ ଅଭିଷେଶ ଶର୍ମା (୨୦୨୪)
୨୭* ଅଭିଷେଶ ଶର୍ମା (୨୦୨୬)
୨୨ ସନଥ ଜୟସୁରିଆ (୨୦୦୮)
୨୨ ଟ୍ରାଭିସ୍ ହେଡ୍ (୨୦୨୪) 
୨୨ ଯଶସ୍ୱୀ ଜୈସ୍ୱାଲ (୨୦୨୫)
​​​​​​​​​​​​​​

IPLରେ ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିଥିବା ଭାରତୀୟ-
ଅଭିଷେକ ଶର୍ମା (୪୨ଟି, ୨୦୨୪)
ବୈଭବ ସୂର୍ଯ୍ୟବଂଶୀ (୪୦ଟି, ୨୦୨୬)
ଶ୍ରେୟସ ଆୟର (୩୯ଟି, ୨୦୨୫)
ବିରାଟ କୋହଲି (୩୮ଟି, ୨୦୧୬)
ବିରାଟ କୋହଲି (୩୮ଟି, ୨୦୨୪)
ସୂର୍ଯ୍ୟକୁମାର ଯାଦବ (୩୮ଟି, ୨୦୨୫)
ରିଷବ ପନ୍ତ (୩୭ଟି, ୨୦୧୮)

ବୈଭବ ସୂର୍ଯ୍ୟବଂଶୀ ମହମ୍ମଦ ସିରାଜଙ୍କ ବିପକ୍ଷରେ ପ୍ରଥମ ବଲରେ ଲଙ୍ଗ ଅନରେ  ଚମତ୍କାର ଛକା ମାରିଥିଲେ । ତାଙ୍କର ଆକ୍ରମଣାତ୍ମକ ଶୈଳୀ ଜାରି ରହିଥିଲା । ଯଦିଓ ସିରାଜ ତାଙ୍କୁ ଆଉଟ୍ କରିଥିଲେ କିନ୍ତୁ ସେ ରେକର୍ଡ କରିସାରିଥିଲେ । ବୈଭବ ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସର ସଫଲ ବ୍ୟାଟର ଭାବେ ଉଭା ହୋଇଛନ୍ତି । ସେ ୧୧ଟି ଇନିଂସରେ ୪୦.୦୦ ହାରରେ, ୨୩୬.୫୫ ଷ୍ଟ୍ରାଇକ୍ ରେଟ୍‌ ସହିତ ୪୪୦ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଦୁଇଟି ଅର୍ଦ୍ଧଶତକ ସାମିଲ ।
 

 

 

ଏହା ବି ପଢନ୍ତୁ...IPL 2026: ସନ୍ଧ୍ୟାରେ ବେଙ୍ଗାଲୁରୁ-ମୁମ୍ବାଇ ମୁକାବିଲା ; ୧୦ ବର୍ଷ ପରେ ରାଏପୁରରେ ହେବ ଫାଇଟ୍, ମୁମ୍ବାଇ ପାଇଁ ଶେଷ ସୁଯୋଗ