ନୂଆଦିଲ୍ଲୀ : ଆଇପିଏଲ ଆରମ୍ଭରୁ ବିସ୍ଫୋରଣ କରିଛନ୍ତି ଯୁବ କ୍ରିଟେଟର ବୈଭବ ସୂର୍ଯ୍ୟବଂଶୀ । ପ୍ରଥମ ମ୍ୟାଚରେ ସିଏସକେ ବୋଲରଙ୍କୁ ଧୂଲେଇ କରିଥିଲେ । ରାଜସ୍ଥାନ ବିଜୟ ପଛରେ ଗୁରୁତ୍ବୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ । ଏହି ମ୍ୟାଚରେ ୧୫ ବଲରୁ ଅର୍ଦ୍ଧଶତକ ହାସଲ କରି ପୁଣିଥରେ ବିଶ୍ବର କ୍ରିକେଟପ୍ରେମୀଙ୍କ ନଜରକୁ ଆସିଛନ୍ତି ସୂର୍ଯ୍ୟବଂଶୀ । ସିଏସେକେର ଅଭିଜ୍ଞ ବୋଲର ନୁର ଅହମ୍ମଦ ଏବଂ ମ୍ୟାନ୍ ହେନରୀଙ୍କ ଭଳି ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ସୂର୍ଯ୍ୟବଂଶୀ । CSK ବୋଲରଙ୍କୁ କ୍ଷମା ଦେଇନଥିଲେ ବୈଭବ । ବୈଭବଙ୍କ ବିଧ୍ବଂଶୀ ବ୍ୟାଟିଂ ପରେ କୁହାଯାଉଛି କି ସେ କ’ଣ ଖାଇ ମ୍ୟାଚ୍ ଖେଳୁଥିଲେ ।

 

ତେବେ ମ୍ୟାଚ ସରିବା ପରେ ଏକ ଭିଡିଓ ଏବେ ସୋସିଆଲ ମିଡଆରେ ବେଶ ଭାଇରାଲ ହେବାରେ ଯେଉଁଥିରେ ସାଥୀ ଖେଳାଳି ଧ୍ରୁବ ଜୁରେଲ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ କହୁଛନ୍ତି । ଟିମ୍ ବସରେ ଯାଉଥିବାବେଳେ ଜୁରେଲ ବୈଭବଙ୍କୁ ପ୍ରଂଶସା କରିଥିଲେ । ସେ କହିଥିଲେ ମୋ ବନ୍ଧୁ ପୁଣିଥରେ ଭଲ ଖେଳିଲେ । ଯେଉଁଥିରେ ହସି ହସି ବୈଭବ କହିଥିଲେ କି, ମୁଁ ମୋର ପ୍ରିୟ ଖାଦ୍ୟ ରାଜଭୋଗ ମିଠା ଖାଇ ଆସିଥିଲି ।

ସେପଟେ ଆଇପିଏଲ ଆରମ୍ଭ ହେବାର ୩ଦିନ ପୂର୍ବରୁ ଜନ୍ମଦିନ ବୈଭବ ସୂର୍ଯ୍ୟବଂଶୀଙ୍କ ଜନ୍ମଦିନ ଥିଲା । ମାତ୍ର ସେ ନିଜର ଜନ୍ମଦିନ କେକ୍ କାଟିପାରିନଥିଲେ । ସେ ଶୀଘ୍ର ଶୋଇପଡ଼ିବା କାରଣରୁ ନିଜର ଜନ୍ମଦିନ ପାଳନ କରିପାରିନଥିଲେ। ତେବେ ମଇଦାନରେ ବଡ଼ ପାଳି ଖେଳିବା ପରେ ଜନ୍ମଦିନ ଖୁସି ମନାଇଛନ୍ତି । ତେବେ ପ୍ରାଇଜ୍ ସେରିମନି ସମୟରେ ସେ ଏସମ୍ପର୍କରେ ନିଜେ ଖେଳିଥିଲେ । ଦମଦାର ବ୍ୟାଟିଂ ପରେ ଏହି ୧୫ ବର୍ଷୀୟ ଖେଳାଳି ପୂର୍ବବର୍ଷ ଚଳିତବର୍ଷ ଆରମ୍ଭରୁ କ୍ରୀଡ଼ାପ୍ରେମୀଙ୍କୁ ଖୁସି କରାଇ ଦେଇଛନ୍ତି ।

ଏହାସହ ପଢ଼ନ୍ତୁ : ୫-୬ ବର୍ଷରେ ୧୩୦ ୱିକେଟ୍‌, ତଥାପି ଟି-ଟ୍ୱେଣ୍ଟି ବୋଲର ନୁହେଁ, ଯନ୍ତ୍ରଣା କହିଲେ ମହମ୍ମଦ ଶାମି