ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ଏସି ଭିତରୁ ବାହାରୁଛନ୍ତି ୩ ସାପ । ଯାହାକୁ ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇଯାଇଛନ୍ତି । ଗୁଜୁରାଟରୁ ଏହି ଭିଡିଓ ସାମ୍ନାକୁ ଆସିଥିବାବେଳେ ଅନେକ ଲୋକ ଭୟଭୀତ ହୋଇଛନ୍ତି । କାରଣ ଆପଣ ଘରେ ଥିବା ଏସି ଭିତରେ ମଧ୍ୟ ଥାଇପାରନ୍ତି । ତେବେ ଏସି ଭିତରେ କେମିତି ପଶନ୍ତି ସାପ ?

 

ACରେ କେମିତି ପଶନ୍ତି ସାପ ?

ପ୍ରଥମତଃ ଏସିର ଆଉଟ୍ ଡୋର ଦେଇ ସାପ ପ୍ରବେଶ କରନ୍ତି । ପାଖରେ ଥିବା ଛାତ ଉପର କିମ୍ବା ଯଦି ଖୋଲାସ୍ଥାନ ଥାଏ ଏଠାରୁ ସାପ ଆସି ସିଧା ଆଉଟ ଡୋର ଦେଇ ପ୍ରବେଶ କରିଥାନ୍ତି । ଡକ୍ଟ ପାଖରେ ଯଦି ଟିକେ ମଧ୍ୟ ଫାଙ୍କା ରହିଥାଏ ତାହେଲେ ସହଜରେ ସାପ ପ୍ରବେଶ କରନ୍ତି । ଏଣୁ ସବୁବେଳେ କାନ୍ଥରେ ଫାଙ୍କା ରଖନ୍ତୁ ନାହିଁ । ସବୁବେଳେ ଘର ଚେଷ୍ଟା କରିବେ କି କିଭଳି ଭାବେ ସାପ ନପଶନ୍ତି । ବର୍ଷାଦିନେ ଘରେ କୀଟ ପତଙ୍ଗ ବୁଲୁଥିବାବେଳେ ଏଗୁଡ଼ିକ ଖାଇବା ପାଇଁ ସାପମାନେ ଅଧିକାଂଶ ଘରକୁ ପ୍ରବେଶ କରିବାର ଆଶାଙ୍କା ଅଧିକ ରହିଥାଏ । କମ୍ପେ୍ରସର ଚାଲିଥିବାବେଳେ ଉଷୁମୁ ପାଇବା ପାଇଁ ସାପମାନେ ଏସି ଦେଇ ପ୍ରବେଶ କରିବା ପାଇଁ ଚେଷ୍ଟା କରନ୍ତି ।

ତେବେ ସବୁବେଳେ ସାପଙ୍କଠାରୁ ମୁକ୍ତି ପାଇବା ପାଇଁ ଏସି ପାଖରେ ରହିଥିବା କାନ୍ଥର ଗାତ ବନ୍ଦ କରନ୍ତୁ । ଝରକା ଦେଇ ମଧ୍ୟ ସାପ ପ୍ରବେଶ କରୁଥିବାବେଳେ ସିଧା ଯାଇ ଏସିରେ ପ୍ରବେଶ କରନ୍ତି । ଏଣୁ କଭର କରିବା ପାଇଁ ଚେଷ୍ଟା କରିବେ ।

ଏହାସହ ପଢ଼ନ୍ତୁ : ଧୋଇଯିବ କି ପଞ୍ଜାବ-ମୁମ୍ବାଇ ମୁକାବିଲା ? ପାଣିପାଗର ବଡ଼ ସୂଚନା