ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯେଉଁ ଗ୍ରାଉଣ୍ଡରେ ଦିନେ ପାକିସ୍ତାନ କହିଥିଲା ଗଳି କ୍ରିକେଟର ; ମୁହଁ ବନ୍ଦ କରିଦେଲେ ବରୁଣ

Published By : Ankita S | March 3, 2025 2:41 PM

ନୂଆଦିଲ୍ଲୀ,୦୩/୦୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ତାର ଶେଷ ଲିଗ୍ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା । ୪୪ରନରେ ବାଜି ମାରି ନେଇଛି ଟିମ୍ ଇଣ୍ଡିଆ । ଏଥିରେ ଷ୍ଟାର ଥିଲେ ମିଷ୍ଟ୍ରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ୫ ୱିକେଟ ନେଇ ଭାରତ ବିଜୟର ହିରୋ ସାଜିଥିଲେ । ଯେଉଁ ଗ୍ରାଉଣ୍ଡରେ ତାଙ୍କୁ ଦିନେ ଗଳି ବୋଲର କୁହାଯାଉଥିଲା ସେହି ଗ୍ରାଉଣ୍ଡରେ ଚମକିଥିଲେ ବରୁଣ । ୪ ବର୍ଷ ପୂର୍ବେ ଦୁବାଇର ଏହି ଗ୍ରାଉଣ୍ଡରେ ତାଙ୍କୁ ପାକିସ୍ତାନ ଗଳି କ୍ରିକେଟର କହିଥିଲା । ସମାଲୋଚନାର ଶିକାର ହେବାକୁ ପଡିଥିଲା ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମୁହଁ ବନ୍ଦ କରି ଦେଇଛନ୍ତି ବରୁଣ ।

୪ ବର୍ଷ ପରେ ବଦଲା ନେଲେ ବରୁଣ- ବାଂଲାଦେଶ ଓ ପାକିସ୍ତାନ ବିପକ୍ଷରେ ଖେଳି ନଥିଲେ ବରୁଣ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ । ୫ୱିକେଟ ହାସଲ କରି ଭାରତକୁ ହ୍ୟାଟ୍ରିକ ବିଜୟ ଦେଇଥିଲେ । ୪ବର୍ଷ ତଳେ ୨୦୨୧ ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ହରାଇଥିଲା । ଏହା ବରୁଣଙ୍କର ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ ଥିଲା । ଏହି ମ୍ୟାଚରେ ବରୁଣ ୪ ଓଭର ବୋଲିଂ କରି ୩୩ ରନ ଦେଇଥିଲେ । କିଛି ସଫଳତା ମିଳିନଥିଲା । ଖରାପ ପ୍ରଦର୍ଶନ ପାଇଁ ପାକିସ୍ତାନ ତାଙ୍କର ମଜାକ ଉଡାଇଥିଲା । ପୂର୍ବତନ କ୍ରିକେଟର ସଲମାନ ବଟ ତାଙ୍କୁ ଗଳି କ୍ରିକେଟର ବୋଲି କହିଥିଲା । ଏହି ମ୍ୟାଚ ପରେ ଦୀର୍ଘ ଦିନ ହେବ କୌଣସି ଆଇସିସି ମ୍ୟାଚ ଖେଳି ନଥିଲେ । ଏବେ ୪ ବର୍ଷ ପରେ ବଦଲା ନେଇଛନ୍ତି ବରୁଣ ।

 ଅଧିକ ପଢନ୍ତୁ...୧୦ ବର୍ଷ ତଳେ ଯାହା ହୋଇଥିଲା; ସେମିତି ଏକ ସେମିଫାଇନାଲ ଦେଖିବେ ଫ୍ୟାନ୍ସ, ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ଚକ୍ରବର୍ତ୍ତୀଙ୍କ କୀର୍ତ୍ତିମାନ- ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ସଫଳତା ସହ ସେ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ସେ ତୃତୀୟ ଭାରତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ୨୦୧୩ ସଂସ୍କରଣରେ ରବୀନ୍ଦ୍ର ଜାଡ଼େଜା  ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ୩୬ରନ୍‌ ପ୍ରଦାନ  କରି ୫ ୱିକେଟ୍‌ ନେଇଥିବାବେଳେ ଚଳିତ  ସଂସ୍କରଣରେ ପେସ୍‌ ବୋଲର ମହମ୍ମଦ ସାମି  ବାଂଲାଦେଶ ବିପକ୍ଷ ମୁକାବିଲାରେ ୫ଟି ୱିକେଟ୍‌  ଅକ୍ତିଆର କରିଥିଲେ । 

ଚକ୍ରବର୍ତ୍ତୀ ପ୍ରଥମ ଥର  ଚାମ୍ପିଅନ୍ସ ଟ୍ରଫି ଖେଳିଥିଲେ । ଦୁବାଇ ଯାତ୍ରା  ପୂର୍ବରୁ ସେ ଗୋଟିଏ ଦିନିକିଆ ଖେଳିଥିଲେ ।  ଆଜି କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ରେ ସେ ୱିଲ୍‌  ୟଙ୍ଗ (୨୨), ଗ୍ଲେନ୍‌ ଫିଲିପ୍ସ (୧୨), ମାଇକେଲ  ବ୍ରେସୱେଲ (୨), ମିଚେଲ ସାଣ୍ଟନର (୨୮) ଓ  ମ୍ୟାଟ୍‌ ହେନରୀ (୨)ଙ୍କୁ ଆଉଟ୍‌ କରି ୫ ୱିକେଟ୍‌  ପୂରଣ କରିଥିଲେ । ଭାରତୀୟ ବୋଲର ଭାବେ  ଷ୍ଟୁଆର୍ଟ ବିନ୍ନୀ କ୍ୟାରିୟରର ତୃତୀୟ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ହାସଲ କରିଥିଲେ । ସେ  ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪ରନ୍‌ ଦେଇ ୬ଟି  ୱିକେଟ୍‌ ଅକ୍ତିଆର କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.