ମୁମ୍ବାଇ,୨୦/୧ : ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହି ଭିଡ଼ିଓ ଇନ୍ଦୋରରେ ହୋଇଥିବା ସିରିଜର ତୃତୀୟ ଦିନିକଆରେ ଭାରତ ୪୧ରନରେ ପରାଜୟ ପରର ଅଟେ । ଏହି ଭିଡ଼ିଓରେ ଫ୍ୟାନ୍ସ ଷ୍ଟାଣ୍ଡରୁ ଗୌତମ ଗମ୍ଭୀର ହାଏ-ହାଏ ନାରା ଲଗାଉଛନ୍ତି । ଏହି ସମୟରେ ମୈଦାନରେ ବିରାଟ କୋହଲୀ, ଗୌତମ ଗମ୍ଭୀର, କେଏଲ ରାହୁଲ ଛିଡ଼ା ହୋଇଛନ୍ତି । ଫ୍ୟାନ୍ସଙ୍କ ନାରା ଯେଭଳି ବିରାଟଙ୍କ କାନରେ ପଡ଼ିଥିଲା ତାଙ୍କୁ ବିଶ୍ବାସ ହୋଇନଥିଲା । କୋହଲୀଙ୍କ ରିଆକ୍ସନକୁ ଦେଖି ଏଭଳି ଲାଗୁଛି କି ଯେଭଳି ସେ କହୁଛନ୍ତି କି ଭାଇ ଏହା କ’ଣ କରୁଛ । ମାତ୍ର ଗୌତମ ଗମ୍ଭୀର ଥରେ ଦେଖୁଛନ୍ତି ଏବଂ ପରେ ମୁହଁ ମୋଡ଼ି ନେଉଛନ୍ତି ଯେମିତି ଲାଗୁଛି ତାଙ୍କୁ ଏଥିରେ କୌଣସି ଫରକ ପଡ଼ୁନାହିଁ ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ମୈଦାନରେ ଗୌତମ ଗମ୍ଭୀର, ବିରାଟ କୋହଲୀ, କେଏଲ୍ ରାହୁଲ, ନୀତିଶ କୁମାର ରେଡ୍ଡି, ଶ୍ରେୟସ ଅୟର ଏବଂ ହର୍ଷିତ ରାଣା ଦେଖାଯାଉଛନ୍ତି । ଫ୍ୟାନ୍ସଙ୍କ ଏହି କାର୍ଯ୍ୟ ଉପରେ କୌଣସି ଖେଳାଳୀଙ୍କୁ ବି ବିଶ୍ବାସ ହେଉନାହିଁ। ଟ୍ବିଟରରେ ଫ୍ୟାନ୍ସ ଇନ୍ଦୋରରେ କ୍ରାଉଡଙ୍କ ଏହିଭଳି ବ୍ୟବହାରର ଆଲୋଚନା କରୁଛନ୍ତି ।