ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ବାସ୍ତବ ଜୀବନର ହିରୋ’ : ଦିବ୍ୟାଙ୍ଗ ଡେଲିଭରୀ ଏଜେଣ୍ଟଙ୍କ ଭିଡ଼ିଓ ଭାଇରାଲ , ଲୋକେ କଲେ ପ୍ରଶଂସା

Published By : Prameya | October 27, 2024 10:44 PM

ନୂଆଦିଲ୍ଲୀ - ଜଣେ ଦିବ୍ୟାଙ୍ଗ ଜୋମାଟୋ ଡେଲିଭରୀ ଏଜେଣ୍ଟଙ୍କର ଏକ ହୃଦୟସ୍ପର୍ଶୀ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଥିରେ ଦୁଇ ହାତ ହରାଇ ଥିବା ସତ୍ତ୍ୱେ ନିଜକୁ ଓ ପରିବାରକୁ ସାହାରା ଦେବାରେ ତାଙ୍କର ଅବିଶ୍ୱସନୀୟ ଦୃଢ ସଙ୍କଳ୍ପକୁ ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ସମସ୍ତଙ୍କ ପାଇଁ ପାଲଟି ଯାଇଛନ୍ତି ପ୍ରେରଣା । ଏକ୍ସରେ ୟୁଜର @rose_k01 ଦ୍ୱାରା ସେୟାର କରାଯାଇ ଥିବା ଏହି ଭିଡ଼ିଓରେ ଡେଲିଭରୀ ଏଜେଣ୍ଟକୁ ନିଜ ସ୍କୁଟରକୁ ଦକ୍ଷତାର ସହ ଚଲାଉ ଥିବାର ଦେଖା ଯାଇଛି, ସେ ନିଜ କାମ ଜାରି ରଖିଛନ୍ତି। 

ଭିଡ଼ିଓରେ, ଯେବେ ଜଣେ ବ୍ୟକ୍ତି ନିଜ ଫୋନରେ ଭିଡ଼ିଓ ରେକର୍ଡ କରି ପଚାରୁଛନ୍ତି , ବାଇକ୍ ଚଲାଇ ପାରୁଛ ତ ଅଙ୍କଲ ? ପ୍ରଶ୍ନର ଜବାବ ଦେଇ ଜୋମାଟୋ ଏଜେଣ୍ଟ କେବଳ ନିଜର ମୁଣ୍ଡ ହଲାଇଲେ ଏବଂ ହସିଲେ। ପରେ ସେହି ବ୍ୟକ୍ତି ଜଣଙ୍କ କହିଲେ , ବହୁତ ଭଲ ଲାଗିଲା ଅଙ୍କଲ ଆପଣଙ୍କୁ ଦେଖି । ଏଜେଣ୍ଟ ହସ ଦିଅନ୍ତି ଏବଂ ପୁଣି ଚାଲିଯାନ୍ତି। 

ଯେମିତି ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା , ୟୁଜରମାନେ ଅନେକ କମେଣ୍ଟ ଦେଇଛନ୍ତି । ଜୋମାଟୋ ଏଜେଣ୍ଟଙ୍କର ପ୍ରେରଣୀଦାୟୀ ଭୂମିକା ଓ ସାହସକୁ ଦେଖି ପ୍ରଶଂସା କରିଛନ୍ତି। ଜଣେ  କହିଛନ୍ତି , ଏମିତି ହିରୋ ପାଇଁ ଖୁବ୍ ସମ୍ମାନ । ହଁ ସେ ବାସ୍ତବରେ ଜୀବନର ହିରୋ , ଯିଏ ସେହି ଲୋକଙ୍କୁ ପ୍ରେରଣା ଦେଇଥାନ୍ତି, ଯିଏ କେବଳ ନିଜର ପରିସ୍ଥିତି ଓ ନିଜ ଜୀବନକୁ ଦୋଷ ଦେଇ ବଞ୍ଚି ଥାନ୍ତି। 

ଜଣେ ୟୁଜର କହିଛନ୍ତି , ମୁଁ ଦେଖିଛି କି ଜୋମାଟୋ ମୋ ଅଞ୍ଚଳରେ ମଧ୍ୟ ଅନେକ ଦିବ୍ୟାଙ୍ଗ ଲୋକଙ୍କୁ ଚାକିରି ଦେଇଛି । ଏଥିପାଇଁ ଜୋମାଟୋକୁ ବହୁତ ଧନ୍ୟବାଦ ଓ ତା ପ୍ରତି ବହୁତ ସମ୍ମାନ ରହିଛି। ଆଉ ଜଣେ କହିଛନ୍ତି , ସେହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସାହସ ଓ ଦୃଢ ସଙ୍କଳ୍ପକୁ ସଲାମ । ଭଗବାନ ତାଙ୍କୁ ସଦା ଆଶୀର୍ବାଦ ଦିଅନ୍ତୁ। 


ଆଉ ଜଣେ ୟୁଜର କହିଛନ୍ତି ,ତାଙ୍କର  ସାହସ ଓ ପ୍ରୟାସକୁ ସଲାମ , କିନ୍ତୁ ତାଙ୍କୁ ସୁରକ୍ଷା ପାଇଁ ହେଲମେଟ୍‌ ପିନ୍ଧିବା ଉଚିତ୍‌। ଅନ୍ୟ ଜଣେ ୟୁଜର ମଧ୍ୟ କହିଛନ୍ତି , ଆଉ କିଛି ଲୋକ ତ ସବୁ କିଛି ଠିକ୍‌ ହେବା ପରେ ମଧ୍ୟ କାନ୍ଦି ଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.