ଭୁବନେଶ୍ଵର, ୨୬/୦୩ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଡହ ଜଳସେଚନ ଉପଖଣ୍ଡ ପ୍ରକଳ୍ପର SDO ପଞ୍ଚୁ ବେହେରାଙ୍କ ଘରେ ଚଢାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ଏକକାଳୀନ ଗଞ୍ଜାମର ୫ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। 

ପଞ୍ଚୁ ବେହେରାଙ୍କ ଭଞ୍ଜନଗର ସ୍ଥିତ ଅଫିସ, ସରକାରୀ ବାସଭବନ, ପୋଲସରା ସ୍ଥିତ ପୈତୃକ ଘର, ଭୀମ ନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ବସନ୍ତ ବିହାରରେ ଥିବା ୩ ମହଲା ଘରେ ଚଢାଉ ଚାଲିଛି। ରେଡ୍ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। 

ଏହି ଖବରଟିକୁ ପଢନ୍ତୁ- ରାଜ୍ୟ ଓ ରାଜ୍ୟ ବାହାରେ ଖୋଲିବ ଓଡ଼ିଆ ରେସ୍ତୋରାଁ: ତାଲିକାରେ ୫ ମେଟ୍ରୋ ସହର, ପୁଞ୍ଜି ନିବେଶରେ ୫ କୋଟିର ସବ୍‌ସିଡ