କୋରାପୁଟ, ୨୫/୦୭: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ୯ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଟଙ୍କା ଜବତ ହୋଇଛି ।
କୋରାପୁଟର ଜୟପୁର ଟାଉନସ୍ଥିତ ପୈତୃକ ଜମିରେ ଥିବା ଘର, ଜୟପୁର ଟାଉନସ୍ଥିତ ଗୋଲ୍ଡେନ୍ ହାଇଟ୍ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ଥିବା ୨ଟି ଫ୍ଲାଟ୍, ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ଥିବା ଭାଇଙ୍କ ଫ୍ଲାଟ୍, ଜୟପୁର ଟାଉନସ୍ଥିତ ଶ୍ୱଶୁର ଘର ଏବଂ ଜୟପୁର ଫରେଷ୍ଟ ରେଞ୍ଜରେ ଥିବା ତାଙ୍କ ଅଫିସ୍ ଚାମ୍ୱରରେ ଏକକାଳୀନ ଚଢାଉ ଜାରି ରହିଛି ।
ରହିରଖୁ କି, ୧୯୮୯ ରେ ରାମଚନ୍ଦ୍ର ନେପାକ ଭିଲେଜ୍ ଫରେଷ୍ଟ ୱର୍କର ଭାବେ ନିଯୁକ୍ତି ପାଇଥିଲେ । ୨୦୦୯ ରେ ଫରେଷ୍ଟର ଭାବେ ପ୍ରମୋସନ ହୋଇଥିଲେ । ଗତ ବର୍ଷ ଡେପୁଟି ରେଞ୍ଜର ହୋଇଥିଲେ । ରାମଗିରି ରେଞ୍ଜରେ ତାଙ୍କ ପୋଷ୍ଟିଂ ହୋଇଥିବା ବେଳେ ଗତ ମାସରେ ଜୟପୁରକୁ ବଦଳି ହୋଇ ଆସିଥିଲେ । ୬ ମାସ ପରେ ସେ ଅବସର ନେଇଥାନ୍ତେ ।