ଭୁବନେଶ୍ଵର, ୨୬/୧୨ : ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ। ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ନିହାରଙ୍କ ଅଫିସ୍ ଓ ପୈତୃକ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ମାରିଛି। 

​​​​​​​

ଏହି ଚଢାଉରେ  ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ନିହାର ସରକାରଙ୍କ ମାଲକାନଗିରି ସହର ସ୍ଥିତ ତିନି ମହଲା କୋଠା, କାଲିମେଳା ସ୍ଥିତ ପୈତୃକ ଘର, ନବରଙ୍ଗପୁର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ମାଲକାନଗିରି ବିଡିଓ ଅଫିସ୍ ସ୍ଥିତ ଚାମ୍ବରରେ ଭିଜିଲାନ୍ସ ରେଡ୍ କରୁଛି। 

ଏହି ଖବରଟିକୁ ପଢନ୍ତୁ- ସପ୍ତାହେ ଯାଏ ଘନ କୁହୁଡ଼ି, ୨୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ: ୧୦ ଡିଗ୍ରୀ ତଳେ ୧୦ ଅଞ୍ଚଳରେ ପାରଦ