ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଶୁକ୍ରବାର ରିଲିଜ ହେବ ସ୍ପାଇ ଆକ୍ସନ୍ ଥ୍ରୀଲର 'କିଙ୍ଗଡମ୍', ଆଡଭାନ୍ସ ବୁକିଂରେ କମାଇଲାଣି ଏତିକି କୋଟି...

Published By : Anindita Ratha | July 31, 2025 3:13 PM

ମୁମ୍ବାଇ,୩୧/୦୭: ବକ୍ସ ଅଫିସରେ ଧମାକା କରିବାକୁ ଯାଉଛି ବିଜୟ ଦେବରକୋଣ୍ଡାଙ୍କ ସ୍ପାଇ ଆକ୍ସନ୍ ଥ୍ରୀଲର 'କିଙ୍ଗଡମ୍' । ନିକଟରେ ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ୍ କରିଥିବା ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଫିଲ୍ମ। ସାକନିକଙ୍କ ଅନୁଯାୟୀ, 'କିଙ୍ଗଡମ୍'ର ଆଡଭାନ୍ସ ବୁକିଂ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଫିଲ୍ମର ପ୍ରଥମ ଦିନର ପ୍ରି-ସେଲ୍ ବିଶ୍ୱବ୍ୟାପୀ ପ୍ରାୟ ୧୩ କୋଟି ଟଙ୍କା ରହିଛି।  ଯେଉଁଥିରେ ବିଦେଶୀ ବଜାରରୁ ପ୍ରାୟ ୫ କୋଟି ଟଙ୍କା ରୋଜଗାର ଅନ୍ତର୍ଭୁକ୍ତ, ଯାହାକୁ ନେଇ ଏହା ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ରୋଜଗାର ବୋଲି କୁହାଯାଏ । 

ତେବେ 'କିଙ୍ଗଡମ୍' ଏହାର ଶେଷ ପ୍ରଥମ ଦିନର ପ୍ରି-ସେଲ୍ସରୁ ପ୍ରାୟ ୧୮-୨୦ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି । 'କିଙ୍ଗଡମ୍‌'କୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍‌  ଦ୍ୱାରା U/A ସାର୍ଟିଫିକେଟ୍ ଦିଆଯାଇଛି । ଏହାର ଅର୍ଥ ହେଉଛି ୧୬ ବର୍ଷ ଏବଂ ତା'ଠାରୁ ଅଧିକ ବୟସର ଲୋକମାନେ ଏହି ଫିଲ୍ମଟି ଦେଖିପାରିବେ । 'କିଙ୍ଗଡମ୍' ବିଷୟରେ କହିବାକୁ ଗଲେ, 'କିଙ୍ଗଡମ୍' ଗୌତମ ତିନ୍ନାନୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ । ସୀତାରା ଏଣ୍ଟରଟେନମେଣ୍ଟସ୍ ଏବଂ ଫର୍ଚ୍ୟୁନ୍ ଫୋର୍ ସିନେମାସ୍ ବ୍ୟାନରରେ ନାଗା ଭାମସି ଏବଂ ସାଇ ସୌଜନ୍ୟଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହିତ ସତ୍ୟଦେବ ଏବଂ ଭାଗ୍ୟଶ୍ରୀ ବୋର୍ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା  ଆସନ୍ତାକାଲି ତେଲୁଗୁ, ହିନ୍ଦୀ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.