ନୂଆଦିଲ୍ଲୀ,୧୯।୧୨: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲଳିତ ମୋଦିଙ୍କ ପୋଷ୍ଟ  ଭାଇରାଲ। ସେ  ନିଜର ପ୍ରିୟ ବନ୍ଧୁ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ  ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା। ଆଇପିଏଲର ମାଲ୍ୟାଙ୍କ ଏହା ହେଉଛି ୬୯ ତମ ଜନ୍ମଦିନ। ଏହି ଅବସରରେ ପୂର୍ବତନ ଚେୟାରମ୍ୟନ୍‌ ଲଳିତ ମୋଦିଙ୍କ ଜଣାଇଛନ୍ତି ଶୁଭେଚ୍ଛା ଓ ଶୁଭକାମନା। 

ମୋଦି ଏକ୍ସରେ ଲେଖିଛନ୍ତି, ମୋର ବନ୍ଧୁ ବିଜୟ ମାଲ୍ୟାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ଜୀବନରେ ଉତଥାନ ଓ ପତ୍ତନ ଲାଗି ରହିଥାଏ। ଆମେ ଦୁହେଁ ଏହାକୁ ଦେଖିଛୁ। ଏହି ସମୟ ମଧ୍ୟ ପାର୍ ହୋଇଯିବ। ଆଗାମୀ ବର୍ଷ ଆପଣଙ୍କର ହେଉ ଓ ଆପଣ ଖୁସି ଏବଂ ଭଲପାଇବା ପାଆନ୍ତୁ।’ ଏହି ପୋଷ୍ଟର ଜବାବ୍ ଦେଇ ମାଲ୍ୟା କହିଛନ୍ତି, ଅନେକ ଅନେକ ଧନ୍ୟବାଦ ମୋର ବନ୍ଧୁ।’ ଆ‌ମ‌ ଦୁହିଁଙ୍କ ସହ ସେହି ଦେଶରେ ଖୁବ୍ ଅନ୍ୟାୟ ହୋଇଛି, ଯେଉଁଠି ଆମେ ସବୁବେଳେ ନିଜର ଯୋଗଦାନ ଦେବାକୁ ଚେଷ୍ଟା କରିଛୁ।’ ସବୁଠାରୁ ବଡ କଥା ହେଲା ଯେ, ମାଲ୍ୟା ନିଜର ସୋସିଆଲ ମିଡିଆ ପ୍ରୋଫାଇଲ ବାୟୋରେ ‘ଭାରତ ସରକାରଙ୍କ ଟାର୍ଗେଟେଡ୍ ଶିକାର’ ବୋଲି ଲେଖିଛନ୍ତି।

ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଥିଲେ, ବିଜୟ ମାଲ୍ୟାଙ୍କ ଉପରେ ୬୩୦୨ କୋଟି ଟଙ୍କାର ବକେୟା ଋଣ ପାଇଁ ୧୪,୧୩୧.୬ କୋଟି ଟଙ୍କା ରିକଭରି କରାଯାଇଛି। ଅର୍ଥମନ୍ତ୍ରୀଙ୍କ ଏହି ବୟାନକୁ ନେଇ ମାଲ୍ୟା ଏବେ ପ୍ରତିକ୍ରିୟା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ଡେଟ୍ ରିକଭରୀ ଟ୍ରିବ୍ୟୁନାଲ କିଙ୍ଗଫିସର ଉପରେ ୬୨୦୩ କୋଟି ଟଙ୍କାର ଋଣ ଥିବାର ରାୟ ଦେଇଥିଲେ। ସେଥିରେ ୧୨୦୦ କୋଟି ସୁଦ୍ଧ ରହିଛି। କିନ୍ତୁ ଅର୍ଥମନ୍ତ୍ରୀ ସଂସଦରେ କହୁଛନ୍ତି ଇଡି, ବ୍ୟାଙ୍କ ମୋଠାରୁ ୬୨୦୩ କୋଟି ଋଣ ବଦଳରେ ୧୪,୧୩୧.୬୦ କୋଟି ଟଙ୍କା ରିକଭଳି କରିଛନ୍ତି। ଆଉ ଏହା ପରେ ବି ମୁଁ ଆର୍ଥିକ ପଳାତକ ରହିଛି। ମାଲ୍ୟା କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଇଡି ଓ ବ୍ୟାଙ୍କ ଆଇନଗତ ଭାବରେ ଜଷ୍ଟିଫାଏ କରିନି ବକେୟା ଋଣଠାରୁ ଦୁଇଗୁଣା କିପରି ଆଦାୟ କରିପାରିବେ। ମୁଁ ଆଶ୍ବସ୍ଥି ପାଇବାକୁ ହକଦାର। ମୁଁ ଏଥିପାଇଁ ଲଢିବି।