ପ୍ରମୂଖ ଖବର
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୁମ୍ବାଇରେ ଆପାର୍ଟମେଣ୍ଟ ଖୋଜୁଛନ୍ତି ବିଜୟ-ତମନ୍ନା, ବିବାହ ପରେ ରହିବାକୁ କରୁଛନ୍ତି ପ୍ଲାନିଂ

Published By : Krishna Priya | November 27, 2024 8:51 AM

ମୁମ୍ବାଇ ୨୭/୧୧: ମୁମ୍ବାଇରେ ଆପାର୍ଟମେଣ୍ଟ ଖୋଜୁଛନ୍ତି ବଲିଉଡ ପ୍ରେମୀଯୁଗଳ ବିଜୟ ବର୍ମା ଓ ତମନ୍ନା ଭାଟିଆ । ବିବାହ ପରେ ଦୁହେଁ ମୁମ୍ବାଇରେ ରହିବା ପାଇଁ ସ୍ଥିର କରିଛନ୍ତି । ବେଶ୍‌ କିଛି ମାସ ହେଲା ତମନ୍ନା ଓ ବିଜୟଙ୍କ ଡେଟିଂ ସମ୍ବନ୍ଧରେ ଆଲୋଚନା ଚାଲିଛି । ଶୁଣିବାକୁ ମିଳୁଛି, ୨୦୨୫ରେ ଦୁହେଁ ବିବାହ କରିବେ । ‘ଲଷ୍ଟ ଷ୍ଟୋରିଜ୍‌ ୨’ ସୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେବେଠାରୁ ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । 

ବିଜୟ ଓ ତମନ୍ନା ମଧ୍ୟ ସେମାନଙ୍କ ରିଲେସନ୍‌ସିପ୍‌କୁ ଲୁଚାଇବାକୁ ଚାହିଁ ନାହାନ୍ତି । ଅନେକ ଥର ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିଛନ୍ତି । ତେବେ କେବେ ବିବାହ କରିବେ, ତାହାକୁ ନେଇ ମୁହଁ ଖୋଲିନାହାନ୍ତି । ଅଳ୍ପ ଦିନ ତଳେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ତମନ୍ନା କହିଛନ୍ତି, ସେ ମହତ୍ତ୍ୱାକାଂକ୍ଷୀ । ତେଣୁ ବିବାହ ପରେ ବି ଫିଲ୍ମ ଅଭିନୟ ଜାରି ରଖିବେ । ତେବେ ସେ ବିଜୟଙ୍କୁ ବାହା ହେବା ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ଦୁହିଁଙ୍କ ଅନ୍ତରଙ୍ଗ ମହଲ କହିବା କଥା, ଆସନ୍ତା ବର୍ଷ ବିବାହ ପାଇଁ ଉଭୟେ ଯୋଜନା କରୁଛନ୍ତି । ବିଜୟଙ୍କ ସହ ଗୋଟିଏ ଫିଲ୍ମରେ ଅଭିନୟ କରିବେ କି? ପ୍ରଶ୍ନର ଉତ୍ତରରେ ଭଲ ପ୍ରୋଜେକ୍ଟରେ ସୁଯୋଗ ମିଳିଲେ ଅଭିନୟ କରିବାରେ ଅସୁବିଧା ନାହିଁ ବୋଲି କହିଥିଲେ ତମନ୍ନା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.