ମୁମ୍ବାଇ,୫/୫ : ବିଜୟ ଏବଂ ତାଙ୍କ ପାର୍ଟି, ତାମିଲାଗା ଭେଟ୍ଟ୍ରି କାଝାଗମ (TVK) ତାମିଲନାଡ଼ୁ ରାଜନୀତିରେ ଧମାକାଦାର୍ ଆରମ୍ଭ କରି ରାଜ୍ୟରେ ବହୁଦିନରୁ ଥିବା ଡିଏମକେ ସରକାରକୁ ପରାସ୍ତ କରିଛି । ଏହି ରାଜ୍ୟ ୫୦ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଦ୍ରାବିଡ଼ ରାଜନୀତିର ଗଡ଼ କୁହାଯାଉଥିଲା । ଯେତେବେଳେ ବିଜୟ ୨୦୨୪ରେ ଟିଭିକେର ଆରମ୍ଭ କରିଥିଲେ ତ ଏଭଳି ଅଟକଳ ଲଗାଯାଉଥିଲା କି ସେ ୨୦୨୬ରେ ବିଧାନସଭା ନିର୍ବାଚନ ଲଢିପାରନ୍ତି । ୭ମାସ ପରେ ତାଙ୍କ ସୁପରହିଟ୍ ଫିଲ୍ମ ‘ଦ ଗ୍ରେଟେଷ୍ଟ ଅଫ ଅଲ ଟାଇମ୍ (ଜିଓଟି)’ ବକ୍ସ ଅଫିସରେ ଜବରଦସ୍ତ ସଫଳତା ହାସଲ କରିଥିଲା ଯେଉଁଥିରେ ସେ ନିଜ ସିଏମ୍ ହେବାର ସଙ୍କେତ ସ୍ପଷ୍ଟ ଭାବେ ନ ହେଲେ ବି କିଛିମାତ୍ରାରେ ଦେଇ ଦେଇଥିଲେ ।
ସେହି ଫିଲ୍ମର ଏକ ଛୋଟ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ବିଜୟ ରେଜିଷ୍ଟେ୍ରଶନ ନମ୍ବର TN 07 CM 2026 ଥିବା କାର୍ ଚଲାଉଥିବା ନଜର ଆସୁଛନ୍ତି (TNର ଅର୍ଥ ତାମିଲନାଡ଼ୁ ଏବଂ CMର ଅର୍ଥ ମୁଖ୍ୟମନ୍ତ୍ରୀ ଅଟେ), ଯାହାକୁ ନେଇ ଏବେ ପ୍ରଶଂସକମାନେ ଆକଳନ କରୁଛନ୍ତି । ଯାହା କୁହାଯାଉଛି କି ଏହା ୨୦୨୬ରେ ମୁଖ୍ୟମନ୍ତ୍ରୀ ହେବାରେ ତାଙ୍କର ଯୋଜନା ଏବଂ ଇଶାରା ଥିଲା ଯାହା ସେ ନିଜ ଫିଲ୍ମରେ ହିଁ ଦେଇଥିଲେ । ପରେ ବିଜୟଙ୍କ ସହ- କଳାକାର ପ୍ରେମଗୀ ଅମରନ ବି ଟିଭିକେ ପ୍ରମୁଖଙ୍କ ରାଜନୀତିରେ ଆସିବାର ସଙ୍କେତ ଦେଇଥିଲେ । ସେ କହିଥିଲେ କି, ମୁଁ ୨୦୨୬ରେ ତାଙ୍କୁ ଭୋଟ ଦେବି । ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି କି ବିଜୟ ୨୦୨୬ରେ ତାମିଳନାଡ଼ୁର ମୁଖ୍ୟମନ୍ତ୍ରୀ ହେବେ, ଦେଖନ୍ତୁ ।