ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୨୬ କୋଟିର ମାଲିକ ଅଭିନେତା ବିକ୍ରାନ୍ତ, ଜାଣନ୍ତୁ ପ୍ରତିଟି ଫିଲ୍ମ ପାଇଁ ନିଅନ୍ତି କେତେ...

Published By : Anindita Ratha | December 3, 2024 1:33 PM

ମୁମ୍ବାଇ,୦୩/୧୨: ବଲିଉଡର ଆଗ ଧାଡ଼ିର ନାୟକ ମଧ୍ୟରୁ ଅନ୍ୟତମ ବିକ୍ରାନ୍ତ ମେସି  । ଦମଦାର ଆକ୍ଟିଂରେ ଜିତିଛନ୍ତି ଦର୍ଶକଙ୍କ ହୃଦୟ। ଟୁଏଲଥ୍ ଫେଲ୍‌ର ସଫଳତା ପରେ ଦ ସାବରମତୀ ରିପୋର୍ଟରେ କରିଛନ୍ତି କମାଲ। ଏହାରି ମଧ୍ୟରେ ସେ ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ଼ ଝଟକା ।  ୨୦୨୫ରେ ଶେଷ ଥର ଫିଲ୍ମ କରିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ବିକ୍ରାନ୍ତ । ଆଉ ବର୍ତ୍ତମାନ ତାଙ୍କର କେତେ ରହିଛି ମୋଟ ସମ୍ପତ୍ତି ଏନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଆସନ୍ତୁ ଜଣିବା ବିକ୍ରାନ୍ତ କେତେ କୋଟି ସମ୍ପତ୍ତିର ମାଲିକ। 

ଜାତୀୟ ଗଣମାଧ୍ୟମ ମୁତାବକ, ବିକ୍ରାନ୍ତ ମୋଟ ୨୦-୨୬କୋଟି ଟଙ୍କାର ମାଲିକ ଅଟନ୍ତି । ସେ ପ୍ରତିଟି ଫିଲ୍ମ ପାଇଁ ନିଅନ୍ତି ୧-୨କୋଟି ଟଙ୍କା ପାରିଶ୍ରମିକ । ସେହିପରି ବିକ୍ରାନ୍ତଙ୍କ ଅଧିକାଂଶ ଆୟ ଚଳଚ୍ଚିତ୍ର ଏବଂ ୱେବ୍ ସୋ’ ସହିତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଆସିଥାଏ ।  ୨୦୨୦ରେ, ବିକ୍ରାନ୍ତ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଥିଲେ । ଯେଉଁଠାରେ ସେ ତାଙ୍କ ପତ୍ନୀ ଶିତଲ ଠାକୁର ଏବଂ ପୁଅଙ୍କ ସହ ରୁହନ୍ତି। ବିକ୍ରାନ୍ତ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍ ମଧ୍ୟରୁ ୧.୧୬ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ୍ ବେଞ୍ଜ୍ ଜିଏଲ୍ଏସ୍, ୬୦ଲକ୍ଷ ଟଙ୍କା ମୂଲ୍ୟର ଭଲଭୋ ଏସ୯୦ ଏବଂ ମାରୁତି ସ୍ବିଫ୍ଟ ଡିଜାଇର ରହିଛି। ବିକ୍ରାନ୍ତ ମେସୀଙ୍କ କ୍ୟାରିୟର କଥା ଯଦି କହିବା ସେ ଛୋଟ ପରଦାରୁ ଅଭିନୟ ଆରମ୍ଭ କରିଥିଲେ । ଟେଲିଭିଜନ ସିରିଏଲ ଧରମ ବୀର,ବାଲିକା ବଧୂ, କୁବୁଲ ହେରେ କାମ କରିଛନ୍ତି । ଟିଭିରେ ନାମ କମାଇବା ପରେ ବଲିଉଡରେ ଏଣ୍ଟ୍ରୀ ମାରିଥିଲେ ବିକ୍ରାନ୍ତ ।

୨୦୧୩ରେ ବଲିଉଡରେ ଡେବ୍ୟୁ କରିଥିଲେ ବିକ୍ରାନ୍ତ । 'ଲୁଟେରା' ତାଙ୍କର ଥିଲା ପ୍ରଥମ ଫିଲ୍ମ । ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.