ପିପିଲି, ୯।୧୧ : ବେଆଇନ ମଦ ବିକ୍ରିକୁ ବିରୋଧ କରି ଗ୍ରାମରେ ତାତିଲେ ଲୋକେ । ବେଆଇନ ମଦ ବିକ୍ରି କରାଯାଉ ଥିବା ଘରକୁ ଭାଙ୍ଗିଲେ ଗ୍ରାମବାସୀ । ଲକ୍ଷ୍ମୀ ନାରାୟଣପୁର ମଙ୍ଗଳପୁର ଗ୍ରାମରେ ଉତ୍ତେଜନା ଦେଖା ଦେଇଛି।
ଲକ୍ଷ୍ମୀ ନାରାୟଣପୁର ମଙ୍ଗଳପୁର ଗ୍ରାମରେ ଶନିବାର ସକାଳେ ମଦ ପିଇ ଜନୈକ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।ଏହା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା । ବେଆଇନ ମଦ ବିକ୍ରିକୁ ବିରୋଧ କରିଥିଲେ ଗ୍ରାମବାସୀ। ବେଆଇନ ମଦ ବିକ୍ରି କରାଯାଉ ଥିବା ଘରକୁ ଗ୍ରାମବାସୀ ଭାଙ୍ଗି ଦେଇଥିଲେ। । ଖବର ପାଇ ଗ୍ରାମରେ ପୋଲିସ ପହଞ୍ଚିଥିଲା। ତେବେ ଗ୍ରାମର ମହିଳାମାନେ ପୋଲିସ ଗାଡିକୁ ଅଟକ ରଖିଥିଲେ।