ଫିରିଙ୍ଗିଆ,୧୪।୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଶିକ୍ଷା ବିଭାଗ ଅଧୀନରେ ଥିବା ପକାରୀ ପଞ୍ଚାୟତର ଗଞ୍ଜୁ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଶିକ୍ଷା ବିଭାଗ ନିର୍ଦେଶରେ ଏହି ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀରେ ଯୋଗ ଦେବା ପାଇଁ ଅନ୍ୟ ଏକ ବିଦ୍ୟାଳୟରୁ ଡେପୁଟେସନରେ ଯୋଗ ଦେବାପାଇଁ ଯାଇଥିବା ଜଣେ ଶିକ୍ଷକଙ୍କୁ ଗ୍ରାମବାସୀ ଓ ଅଭିଭାବକ ବାରଣ କରିବା ସହ ବିଦ୍ୟାଳୟ ପରିସରକୁ ପଶିବାକୁ ଦେଇନଥିଲେ ଯାହା ଫଳରେ ଶିକ୍ଷକ ଜଣକ ବହୁ ହଟହଟା ହେବା ସହ କାର୍ଯ୍ୟରେ ଯୋଗ ନଦେଇ ଫେରି ଆସିଥିଲେ I
ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ଅଧୀନରେ ଥିବା ଟଣାସୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବରେ ଟିଟୁ ଦିଗାଲ କାର୍ଯ୍ୟରତ ଥିଲେ I ତେବେ ବିଦ୍ୟାଳୟରେ ଟିଟୁ ବିଶୃଙ୍ଖଳା ଚଳାଇ ଆସୁଥିବା ନେଇ ସ୍ଥାନୀୟ ସଲାଗୁଡା ସରପଞ୍ଚ ରୋହିତ୍ କହଁରଙ୍କ ସହ ଗ୍ରାମବାସୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇଥିଲେ I ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ଟିମ ବିଦ୍ୟାଳୟରେ ପହଂଚି ତଦନ୍ତ ମଧ୍ୟ କରିଥିଲେ । ତଦନ୍ତରୁ ଶିକ୍ଷକ ଜଣଙ୍କ ବିଶୃଙ୍ଖଳା କରୁଥିବା ପ୍ରମାଣିତ ହୋଇଥିଲା I ତେବେ ଗତ ୧୨ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଶିକ୍ଷକ ଟିଟୁ ଦିଗାଲଙ୍କୁ ଟଣାସୁ ବିଦ୍ୟାଳୟରୁ ଡେପୁଟେସନ ରେ ଗଞ୍ଜୁ ବିଦ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦେଶ ଦିଆଯାଇଥିଲା I ଶନିବାର ଶିକ୍ଷକ ଜଣକ ଗଞ୍ଜୁ ବିଦ୍ୟାଳୟ ରେ ଯୋଗଦେବା ପାଇଁ ଯିବା ସମୟରେ ଗ୍ରାମବାସୀ ଓ ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷକଙ୍କୁ ଘେରି ଯିବା ସହ ବିଦ୍ୟାଳୟକୁ ପ୍ରବେଶ କରିବା ପାଇଁ ଦେଇନଥିଲେ I ଅନ୍ୟପଟେ ଆଗରୁ ବହୁ ବିବାଦ ଘେରରେ ଥିବା ଓ ଅନେକ ଥର କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହୋଉଥିବା ଶିକ୍ଷକଙ୍କୁ ବିଦ୍ୟାଳୟରେ କାର୍ଯ୍ୟ କରିବା ପାଇଁ ଦେଇପାରିବୁ ନାହିଁ ବୋଲି ଗ୍ରାମବାସୀ କହିଥିଲେ। ଏହି ଶିକ୍ଷକ ଙ୍କୁ ଏହି ଗଞ୍ଜୁ ବିଦ୍ୟାଳୟ ରୁ ଡେପୁଟେସନ ନିର୍ଦେଶ ପ୍ରତ୍ୟାହୃତ ନକରନ୍ତି ତାହେଲେ ବିଦ୍ୟାଳୟ ରେ ତାଲା ପକେଇ ଗ୍ରାମବାସୀ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଅଂଚଳର ଯୁବ ସମାଜ ସେବୀ ତଥା ବିଜେପିର ଫିରିଙ୍ଗିଆ ମଣ୍ଡଳ ସଭାପତି ବାବୁଲା କହଁର I
ଘଟଣା ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଆଲୋକ କୁମାର ପ୍ରଧାନ ଅଧିକାରୀଙ୍କୁ ପଚାରିବାରୁ ଗତ କିଛିଦିନ ତଳେ ଏହି ଗଞ୍ଜୁ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ହଠାତ ହୃଦଘାଟରେ ମୃତ୍ୟୁ ହୋଇଯାଇଥିଲା I ତାଙ୍କର ମୃତ୍ୟୁ ପରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା ଓ ଏହି ବିଦ୍ୟାଳୟରେ କେବଳ ଜଣେ ମହିଳା ଶିକ୍ଷୟିତ୍ରୀ ଥିଲେ I ଯେହେତୁ ଟିଟୁ ଦିଗାଲଙ୍କ ନାରେ ସଲାଗୁଡା ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ ଓ ସରପଞ୍ଚ ରୋହିତ କହଁର ବାରମ୍ବାର ଅଭିଯୋଗ କରି ଆସୁଥିଲେ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ ଜକ୍ରମେ ତାଙ୍କୁ ଡେପୁଟେସନ ରେ ଗଞ୍ଜୁ ବିଦ୍ୟାଳୟକୁ ପଠା ଯାଇଥିଲା I ଶନିବାର ହୋଉଥିବା ଘଟଣା କୁ ନେଇ ମୋ ପାଖରେ କୌଣସି ଅଭିଯୋଗ ନାହିଁ ଯଦି ଆସିବ ତାହେଲେ ଅନ୍ୟ କୌଣସି ବ୍ୟବସ୍ଥା କରିବା ସହ ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି।