ଚନ୍ଦନେଶ୍ଵର, ୨୭/୫(ଆପ୍ର): ବାଂଲଦେଶୀ ଓ ପଶ୍ଚିମବଙ୍ଗର ଦେହଜୀବୀଙ୍କୁ ଗାଁରୁ ହଟାଇବା ଲାଗି ଗାଁ ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଭୋଗରାଇର ସୀମନ୍ତ ସାହାଚାଳିପୁର ଗାଁରେ ଚାଲିଛି ଏହି ବେଆଇନ କାରବାର। ତାଳସାରୀ ସାମୁଦ୍ରିକ ଥାନା ଅଧୀନରେ ଥିବା ଏହି ଗାଁରେ ଶତାଧିକ ଦେହଜୀବି ରହି ଅନୈତିକ କାର୍ଯ୍ୟ ଚଳାଇଛନ୍ତି । ଖାଲି ସେତିକି ନୁହେଁ, ଗାଁରେ ବ୍ରାଉନସୁଗାର, ଗଞ୍ଜେଇ ଓ ମଦର ବନ୍ୟା ହେଉଛି । ଯୁବକମାନେ ପଥଭ୍ରଷ୍ଟ ହୋଇ ନାନା ଅସାମାଜିକ କାର୍ଯ୍ୟ ଜାରି ରଖିଛନ୍ତି । ପୁଲିସ ପ୍ରଶାସନକୁ ବାରମ୍ବାର ଅବଗତ କରା ଯାଉଥିଲେ ମଧ୍ୟ କୌଣସି ଜଯ୍ୟାନୁଷ୍ଠାନ ହେଉନି । ଗାଁରୁ ଏହି ବେଆଇନ କାର୍ଯ୍ୟକୁ ବନ୍ଦ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ବିବରଣୀରୁ ପ୍ରକାଶ ଯେ, ଉଦୟପୁର ବେଳାଭୂମିର ନିକଟରେ ଥିବା ତାଳସାରୀ ସାମୁଦ୍ରିକ ଥାନା ଅଧୀନରେ ରହିଛି ମାତ୍ର ୩ଟି ଗ୍ରାମ ପଂଚାୟତ । ମାତ୍ର ଏହି ପରିସୀମା ମଧ୍ୟରେ ଦିନକୁ ଦିନ ବେଆଇନ କାଇବାର ସ୍ଥାନୀୟ ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି । ଥାନା ସମ୍ମୁଖ ବେଳାଭୂମିରେ ଚାଲିଛି ବେଧଡକ ମଦ କାରବାର। ଥାନାଠାରୁ ମାତ୍ର ୧ କି.ମି ଦୂରରେ ଥିବା ସାହାବାଜିପୁର ଗାଁରେ ଦେହଜୀବୀଙ୍କ ଆଡ୍ଡାସ୍ଥଳ ପାଲଟିଛି । ଏହାକୁ ସାଧାରଣ ଲୋକେ ସହଜରେ ହଜମ କରି ପାରୁ ନାହାନ୍ତି । ୨ବର୍ଷ ପୂର୍ବରୁ ବେଳାଭୂମିରୁ ଦେହଜୀବୀଙ୍କ ବେଆଇନ କୁଡିଆ ଉଚ୍ଛେଦ କରିଥିଲେ ପ୍ରଶାସନ । ଏବେ ସେମାନେ ଗାଁରେ ଘରଭଡା ନେଇ ଏହି କାରବାର ଚଳାଉଛନ୍ତି ।
ଗତ ସୋମବାର ସାହାବାଜିପୁର ଗାଁର ଅଜୟ କୁମାର ସାମଲ ଗାଁରେ ଦେହଜୀବୀଙ୍କ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଚୁପ ରହିଥିଲା । ଗାଁର ଦେବେନ୍ଦ୍ର ସାମଲଙ୍କ ପୁଅ ପିଙ୍କୁ ଏହି ଦେହବୀଜୀ ମାନଙ୍କୁ ଆଶ୍ରୟ ଦେବା ସହିତ ଅସାମାଜିକ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲେ। ଅଜୟ ଏହାର ବିରୋଧ କରିବାରୁ ତାଙ୍କ ପାଇଖାନା ଚ୍ୟାମ୍ପର ଖୋଲା ରଖି ହଇରାଣ କରୁଥିବା ଅଭିଯୋଗ କରିଥିଲେ । ଏନେଇ ସରପଂଚ ଅରୁଣ କୁମାର ଗିରି ପ୍ରତିକ୍ରିୟାରେ କହିଛନ୍ତି ଯେ ଥାନାକୁ ବାରମ୍ବାର ଅବଗତ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ପୁଣି ମଙ୍ଗଳବାର ଗାଁ ଲୋଳେ ଉତ୍ୟକ୍ତ ହୋଇ ଥାନାକୁ ଯାଇ ଚେଦାବନୀ ଦେଉଛନ୍ତି ।
ସାହାବାଜିପୁର ଗାଁରେ ଥିବା ପୂର୍ବାଶା ହୋଟେଲ, ବସନ୍ତ ପ୍ରଧାନଙ୍କ ପୁଅ ବେନୁ ପ୍ରଧାନ, ରବୀନ୍ଦ୍ର ପ୍ରଧାନଙ୍କ ପୁଅ ଗୋପାଳ, ନିତ୍ୟାନନ୍ଦ ପ୍ରଧାନଙ୍କ ପୁଅ ହରେକୃଷ୍ଣ, ତେବେନ୍ଦ୍ର ସାମଲଙ୍କ ପୁଅ ଗୌର ଗୋପାଳ, ଏକାଦଶୀ ସାହୁଙ୍କ ପୁଅ ଅଜୟ, ମଦନ ପ୍ରଧାନଙ୍କ ପୁଅ ଯତୀନ୍ଦ୍ର, ଶ୍ୟାମ ପ୍ରଧାନଙ୍କ ପୁଅ ଚନ୍ଦ୍ରଜୀତ ଘରେ ଏହି ଦେହଜୀବୀ ମାନଙ୍କୁ ରଖିଥିବା ଅଭିଯୋଗ ହୋଇଛି । ଗାଁର କେହି ପ୍ରତିବାଦ କଲେ ଯୁବକମାନେ ମରଣାନ୍ତକ ଆକ୍ରମଣର ଧମକ ଦେବା ସହିତ ବହୁ ହଇରାଣ ହରକତ କରୁଛନ୍ତି । ଏନେଇ ପଂଚାୟତର ସମିତି ସଦସ୍ୟ ତରଣୀକାନ୍ତ ସେନାପତି, ସମାଜସେବୀ ଦିଲ୍ଲୀପ କୁମାର କାମିଳା, ଗାଁର ହରେକୃଷ୍ଣ ପ୍ରଧାନ, ବ୍ରଜ ଜିଶୋର ସାମଲ, ପ୍ରଦୀପ ବେହେରା, ଅଜୟ କୁମାର ସାମଲ, ବକରାମ ତଳପତି, ଅରୁଣ ସାମଲ, ମମତା ପ୍ରଧାନ, ଅନନ୍ତ ଲାୟା ପ୍ରମୁଖ ଥାନାରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଥାନା ଅଧକାରିଣୀ ଚମ୍ପାଚଦୀ ସୋରେନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେବା ପରେ ଗାଁ ଲୋକେ ଫେରିଥିବା ଜଣାପଡିଛି l