ପ୍ରମୂଖ ଖବର

ଗୋବିନ୍ଦପୁରରେ ଜଳ ସଙ୍କଟ; ହାଣ୍ଡି, ଗରା ଧରି ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

Published By : prameya | May 6, 2025 12:45 PM

ଭୁବନେଶ୍ବର ,୦୬/୦୫: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ମଝିସାହିରେ ଜଳ ସଙ୍କଟ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାର ହେଉନି ସମାଧାନ । ଯାହାକୁ ନେଇ ଗ୍ରାମର ମହିଳାମାନେ  ହାଣ୍ଡି, ଗରା, ବାଲଟି ରଖି କରିଛନ୍ତି ରାସ୍ତା  ଅବରୋଧ । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । 

ସୂଚନା ମୁତାବକ,  ଆଜକୁ ଦୀର୍ଘ ଦିନ ହେବା ଗ୍ରାମରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପାଣି ଟାଙ୍କିରୁ ପାଣି ଆସୁନଥିଲା । ତେଣୁ ଗ୍ରାମବାସୀ ପ୍ରଶାସନକୁ ଅଭିଯୋଗ କଲେ କେହି ଶୁଣୁନଥିଲେ । ତେଣୁ ଆଜି ମାର୍ଥାପୁର ପଣ୍ଡୁଆ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଏନେଇ ଖବରପାଇ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ଭୁବନ ବିଡିଓ ଆୟୁଷୀ ମହାପାତ୍ର, ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବା ପରେ ରାସ୍ତା ରୋକ ହଟିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.