ନରସିଂହପୁର, ୧୦/୦୬ : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ଥିବା ସରକାରୀ ଜମିରେ ଜବରଦଖଲ ଅଭିଯୋଗ ହୋଇଛି। ଉଚ୍ଛେଦ ଦାବିରେ ଶତାଧିକ ଗ୍ରାମବାସୀ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି।
ସୂଚନାନୁଯାୟୀ, ପୁରୁଷୋତ୍ତମପୁର କଳିକା ମନ୍ଦିର ଠାରୁ କାଠଖୁଣ୍ଟ ସ୍କୁଲ ପର୍ଯ୍ୟନ୍ତ ଯାଇଥିବା ଉଭୟ ପାର୍ଶ୍ୱର ସରକାରୀ ଜାଗା(( ରାସ୍ତା )କୁ କିଛି ଲୋକ ଜବରଦଖଲ କରି ରଖିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାଫଳରେ ଜବରଦଖଲ ହଟୁନି। ଏହାକୁ ନେଇ ଏବେ ଅସନ୍ତୋଷ ବଢୁଛି। ତୁରନ୍ତ ସରକାରୀ ଜାଗା ଚିହ୍ନଟ କରି ଜବରଦଖଲ ଉଚ୍ଛେଦ ଦାବିରେ ପୁରୁଷୋତ୍ତମପୁର ଗ୍ରାମର ଶତାଧିକ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।