ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଗୋରୁ ଗୁହାଳରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ, ଚୋରି ଉଦ୍ଦେଶ୍ୟରେ ଆସିଥିବା ସନ୍ଦେହ

Published By : Harapriya Sethi | November 17, 2024 8:49 AM

ବୌଦ୍ଧ,୧୭/୧୧: ମଧୁପୁର ଛକ ନିକଟ କହ୍ନେଇ ଦାଶଙ୍କ ଗୋରୁ ଗୁହାଳରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗ୍ରାମବାସୀ ଧରି ବୌଦ୍ଧ ପୋଲିସର ଜିମା ଦେଇଛନ୍ତି । ବ୍ୟକ୍ତି ଜଣକ ସୋନପୁର ଜିଲ୍ଲା ବୀରମହାରାଜପୁରକୁ ଥାନା ଲାତୁରପେଟ ଗ୍ରାମର କର୍ଣ୍ଣ ବଣ୍ଡକୀ ବୋଲି ଜଣାପଡ଼ିଛି । ସେ ଗୋରୁ ଚୋରି କରିବା ଉଦ୍ଧେଶ୍ୟରେ ଗୁହାଳରେ ପଶିଥିବା ସନ୍ଦେହ କରାଯାଉଛି । ବୌଦ୍ଧ ଥାନା ମଧୁପୁର ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମଧୁପୁର ଛକ ନିକଟ କହ୍ନେଇ ଦାଶଙ୍କ ଗୋରୁ ଗୁହାଳ ଭିତରେ ଜଣେ ଅପରିଚିତ ବ୍ୟକ୍ତି ଥିବା ଦେଖିଥିଲେ ପରିବାର ଲୋକେ । ଏହା ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରି ୧୧୨ ପୋଲିସ ସହାୟତାକୁ ଫୋନ୍ କରି ଘଟଣା ସମ୍ୱନ୍ଧରେ ଜଣାଇ ଥିଲେ । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଥାନାକୁ ଆଣିଛି । ତାଙ୍କ ଘର ସୋନପୁର ଜିଲ୍ଲା ବୀରମହାରାଜପୁରକୁ ଥାନା ଲାତୁରପେଟ ଗ୍ରାମର କର୍ଣ୍ଣ ବଣ୍ଡକୀ ବୋଲି ନିଜ ପରିଚୟ ଦେଇଛି । ସେ କେଉଁ ଉଦ୍ଦେଶ୍ୟରେ ଗୁହାଳରେ ପଶିଥିଲେ ତାହା ପୋଲିସର ପଚରାଉଚୁରା ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି l ତେବେ ସେ ଗୋରୁ ଚୋରି କରିବା ଉଦ୍ଦେଶ୍ୟରେ ଗୁହାଳ ଭିତରେ ପଶିଥିବା ସନ୍ଦେହ କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.