ମାଲକାନଗିରି /ଚିତ୍ରକୋଣ୍ଡା-୧୩/୩ (ଆପ୍ର )ମାର୍ଚ୍ଚ ମାସ ରୁ ସମଗ୍ର ମାଲକାନଗିରି ଜିଲ୍ଲାରେ ତାପ ମାତ୍ରା ବୃଦ୍ଧି ପାଇ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡିଛି, ତା ସାଙ୍ଗକୁ ଅଘୋଶିତ ବିଦ୍ୟୁତ କାଟ ଜନଜୀବନ କୁ ଅତିଷ୍ଠ କରିଦେଉଛି। ବିଶେଷ କରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଅଧିକ ବିଲ ଆସିବା ଯୋଗୁଁ ବିଦ୍ୟୁତ ଉପଭୋକ୍ତା ଙ୍କ ମଧ୍ୟରେ ଘୋର ଅସନ୍ତୋଷପ୍ରକାଶ ପାଇଛି। ପରିସ୍ଥିତି ସୁଧାର ନ ଆସିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ବାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚାୟତରେ ପଂଚାୟତ ବାସିନ୍ଦାଙ୍କ ଅଭିଯୋଗ ଯେ ବିଦ୍ୟୁତ କର୍ମଚାରୀ ମାନେ ବିଲ ଦେଇ ସଙ୍ଗେ ସଙ୍ଗେ ବକେୟା ଟଙ୍କା ପ୍ରଦାନ କରିବାକୁ କହିଥିଲେ । କିନ୍ତୁ ଖାଉଟିଙ୍କ ଅତିରିକ୍ତ ବିଦ୍ୟୁତ ବିଲ ବାବଦରେ କାହାର ୧୨୦୦୦ଟଙ୍କା ତ କାହାର ୧୫୦୦୦ଟଙ୍କା ଆରମ୍ଭକରି ୫୦୦୦୦ଟଙ୍କା ଯାଏଁ ଣ୍ଟବିଲ ଆସିଥିବାରୁ ଖାଉଟି ମାନଙ୍କ ମୁଣ୍ଡରେ ଚଡକ ପଡିଛି। ଖରାଦିନ ଆରମ୍ଭ ଓ ରାତିରେ ଅନ୍ଧାରରେ ପିଲାଛୁଆଙ୍କ ନେଇ ଚଳିବା ଭାରି କଷ୍ଟରେ ଚଳୁଛନ୍ତି। ପଞ୍ଚାୟତ ବାସୀ ମାସିକ ଦେୟ କରି ପଇଠ କରିବାକୁ ବିଭାଗୀୟ କର୍ମଚାରୀଙ୍କ ଅନୁରୋଧ କରିଥିଲେ କିନ୍ତୁ ବିଦ୍ୟୁତ ବିଭାଗ ଟିକେ ହେଲେ କର୍ଣପାତ ନକରି ନାହିଁ ବିଦ୍ୟୁତ କାଟିଥିବା ଗ୍ରାମବାସୀ କହିଛନ୍ତି । ଦୁଇ ତିନିଦିନ ଭିତରେ ବିଦ୍ୟୁତ ସମସ୍ୟା ସମାଧାନ କରା ନଗଲେ ରାଜରାସ୍ତା ଅବରୋଧ ସହ ଇଲେକ୍ଟ୍ରିକାଲ ଡିଭିଜନ ଅଫିସ ଘେରାଉ କରାଯିବ ବୋଲି ପାପରମେଟଲା ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।