ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଅସୁରକ୍ଷିତ ସ୍କୁଲ ଘର, ନୂତନ ସ୍କୁଲ କୋଠା ନିର୍ମାଣ ଦାବି; ବିଡିଓଙ୍କୁ ଭେଟି ତାଲା ପକାଇବା ଚେତାବନୀ ଦେଲେ ଗ୍ରାମବାସୀ

Published By : Harapriya Sethi | July 31, 2025 2:21 PM

କୋକସରା,୩୧/୦୭: ଜରାଜୀର୍ଣ୍ଣ ଅବସ୍ଥାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ପୋଡ଼ାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଦୁର୍ବଳ ଛାତ ଘରେ ଅସୁରକ୍ଷିତ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛୋଟ ପିଲା । ବିଦ୍ୟାଳୟକକୁ ଛାତ୍ରଛାତ୍ରୀଙ୍କୁ ଛାଡ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି ଅଭିଭାବକ । କେତେବେଳେ ଯେ ଅଘଟଣ ଘଟିବ ତାହା କେହି କହି ପାରିବେ ନାହିଁ  । ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀମାନେ ଅନେକ ସମୟରେ ଜିଲ୍ଲା ପ୍ରଶାସନ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ କୌଣସି ସୁଫଳ ମିଳିନାହିଁ । ସ୍କୁଲ ଭିତ୍ତିଭୂମିର ବିକାଶ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦିଗରେ ପ୍ରଶାସନ କୌଣସି ଆନ୍ତରିକତା ନଥିବା ଗ୍ରାମବାସୀ ଏବଂ ଅଭିଭାବକ ମାନେ କହିଛନ୍ତି । 

ପୂର୍ବରୁ ଅଭିଭାବକ ଓ ଗ୍ରାମବାସୀ ପ୍ରତିବାଦ କରି ସ୍କୁଲରେ ତାଲା ମାରି ପ୍ରତିବାଦ କରିଥିଲେ । ପୂର୍ବରୁ ବ୍ଲକ୍ ଶିକ୍ଷା ବିଭାଗ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଇ କାମ ସାରିଦେଇଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଥିବା ବେଳେ ଗୁରୁବାର ପୋଡ଼ାଗୁଡା ସଚେତନ ନାଗରିକ ଯୁବରାଜ ପ୍ରଧାନୀ, ନରହରି ସୁନା, କ୍ଷିତିରାମ ବାଗ, ରୋମାଞ୍ଚଲ ବାଗ, ଭରତ ବାଗ, ମହେଶ ନାଏକ, ଭୁଜବଲ ମାଝୀ, ଦେବିସିଂ ନାଏକ, ଖଗପତି ନାଏକ, କବିରାଜ ପାଣିଗ୍ରାହୀ, ଟିକେ ମାଝୀ, ଟଙ୍କଧର ନାଏକ ଓ ଅନ୍ୟ ଗ୍ରାମବାସୀମାନେ ଏକ ଲିଖିତ ଦାବିପତ୍ର କୋକସରା ବିଡିଓ ଡ଼. ହିମାଚଳ ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସ୍କୁଲ ନିର୍ମାଣ ନେଇ କୌଣସି ନିଷ୍ପତ୍ତି ନନେଲେ ଆଗାମୀ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.