ଉଜ୍ଜୈନ : ମଧ୍ୟ ପ୍ରଦେଶର ଉଜ୍ଜୈନରେ ପୁଣି ଥରେ ହିଂସାକାଣ୍ଡ ତେଜିଛି। ଗୁରୁବାର ସନ୍ଧ୍ୟାରେ ଭଙ୍ଗାରୁଜା ଓ ପୋଡ଼ାଜଳା ପରେ ଲଗାତାର ଦ୍ୱିତୀୟ ଦିନ ଶୁକ୍ରବାର ଦ୍ୱିପ୍ରହରରେ ମଧ୍ୟ ସ୍ଥିତି ବିଗିଡ଼ି ଯାଇଛି। ଉପଦ୍ରବୀମାନେ ପଥରମାଡ଼ ଓ ପୋଡ଼ା ଜଳା କରି ଆଉ ଥରେ ମାହୋଲ ବିଗାଡ଼ିବାକୁ ଚେଷ୍ଟା କରି ଥିଲେ। ହେଲେ ପୁଲିସ ଶୀଘ୍ର ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅଭିଯୁକ୍ତଙ୍କ ତଲାସ ଆରମ୍ଭ କରି ଦେଇଛି।

ଏହାସହ ମଧ୍ୟ ପଢନ୍ତୁ : ଦିଲ୍ଲୀରେ ବର୍ବରତା: ଟ୍ରାଫିକ୍ ସିଗ୍‌ନାଲରେ ଫୁଲ ବିକୁଥିଲେ ନାବାଳିକା, ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କଲା ରିକ୍ସା ଚାଳକ

ତରାନା ତହସିଲରେ ପୂରା ବିବାଦର ଆରମ୍ଭ ସେତେବେଳେ ହୋଇଥିଲା , ଯେବେ ରାମ ମନ୍ଦିର ନିକଟରେ ସୁଖଲା ଗଳିରେ ଜଣେ ହିନ୍ଦୁବାଦୀ ନେତା ସୋହେଲ ଠାକୁରଙ୍କ ଉପରେ କିଛି ଲୋକ ଆକ୍ରମଣ କରି ଥିଲେ। ଏହାପରେ ଏଠାରେ ହଙ୍ଗାମା ବଢିବାକୁ ଲାଗିଲା ଏବଂ ସନ୍ଧ୍ୟାକୁ କିଛି ଲୋକ ପଥରମାଡ଼ ଓ ପୋଡ଼ାଜଳା କରି ଦେଇ ଥିଲେ। ପୁଲିସ କୌଣସି ପ୍ରକାରେ ସ୍ଥିତିକୁ କାବୁ କରିବାକୁ ବିଏନଏସର ଧାରା ୧୬୩ ଲାଗୁ କରି ଦେଇ ଥିଲେ।

ଶୁକ୍ରବାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଥାନା ଘେରାଉ କରିଥିଲେ ଏବଂ ସେଠାରେ ହନୁମାନ ଚାଳିଶାର ପାଠ କରିଥିଲେ। ଜଣେ ଫେରାର୍ ଅଭିଯୁକ୍ତର ଗିରଫଦାରୀ ଓ ତାର କୋଠା ଉପରେ ବୁଲଡୋଜର ଆକ୍ସନର ଦାବିକୁ ନେଇ ସେ ଧାରଣାରେ ବସି ଥିଲେ। ପୁଲିସ ତାଙ୍କୁ ବୁଝାଇ ଶୁଝାଇ ଶାନ୍ତି କରିଥିଲେ। ସ୍ଥାନୀୟ ବିଧାୟକ ମହେଶ ପରମାର ମଧ୍ୟ ଥାନାରେ ପହଞ୍ଚି ପୁଲିସର ଉଚିତ୍‌ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ।

ଦ୍ୱିପ୍ରହରରେ ପୁଣି ଥରେ ମାହୋଲ ବିଗିଡ଼ି ଗଲା। ଅଜ୍ଞାତ ଲୋକମାନେ ବସଷ୍ଟାଣ୍ଡ ନିକଟରେ ଗୁରୁବାର ସନ୍ଧ୍ୟାରେ ଭଙ୍ଗାରୁଜାର ଶିକାର ହୋଇଥିବା ଏକ ବସରେ ନିଆଁ ଲଗେଇ ଦେଇଥିଲେ। ନୂଆ ବାଖଲ ତାକିଆ କଲିମ ଅଞ୍ଚଳରେ ପଥରମାଡ଼ କରାଯାଇ ଥିଲା। ଏକ ମୋଟରସାଇକେଲକୁ ଭଙ୍ଗାରୁଜା କରାଯାଇ ଥିଲା। କିଛି ଘରର କାଚ ଭାଙ୍ଗି ଯାଇଛି। ମହିଳାମାନେ ଦୁର୍ବ୍ୟବହାର କରାଯାଇ ଥିବା ଅଭିଯୋଗ କରିଥିଲେ।                                                ​​​​​​​