ନୂଆଦିଲ୍ଲୀ,୨୪/୦୨; କଥାରେ ଅଛି ମାଠୁ ପିଲା କେବେ ଅଲଗା ହୁଏ ନାହିଁ । ପିଲା ବୟସରେ ଯେତେ ବଡ ହୁଅନ୍ତୁ ନା କାହିଁକି ସେ ମା'କୁ ଖୋଜିଥାଏ । ମା' କୋଳରେ ଟିକେ ମୁଣ୍ଡ ରଖିଦେଲେ ଯେଉଁ ଶାନ୍ତି ମିଳେ ଆଉ କେଉଁଠି ନଥାଏ । ଖାଲି ମଣିଷ ନୁହେଁ ପଶୁ ଜୀବନରେ ବି ସେମିତ ଘଟେ । ସୋସିଆଲ ମିଡିଆରେ ଏକ ବେବି ମାଙ୍କଡର କାହାଣୀ ଭାଇରାଲ ହେଉଛି । ଯାହାକୁ ମା’ର ମମତା ଓ ସ୍ନେହ ଦରକାର । ହେଲେ ତା ପାଖରେ ମା’ ନାହିଁ । ସେ ଜନ୍ମ ହେଉ ହେଉ ମାଆକୁ ହରାଇଛି । ଆଉ ଗୋଟିଏ କଣ୍ଢେଇରେ ତା ମାଆକୁ ଖୋଜି ପାଇଛି । ତାକୁ ଧରି ଖେଳୁଛି, ତା କୋଳଲେ ମୁଣ୍ଡ ରଖି ଶୋଉଛି । ଯେଉଁଆଡେ ଯାଉଛି ତାକୁ ସାଙ୍ଗରେ ନେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେବି ମାଙ୍କଡର ଫଟୋର ପ୍ରକୃତ କାରଣ ସମସ୍ତଙ୍କୁ ଭାବୁକ କରିଛି । ପଞ୍ଚର କାହାଣୀ ସମସ୍ତ ଆଖିରେ ଲୁହ ଆଣି ଦେଇଛି ।ସାମାନ୍ୟ ମାଙ୍କଡଟି ପୁରା ସମାଜକୁ ସନ୍ଦେଶ ଦେଇଛି । କାରଣ ଦୁନିଆର ସବୁ ଖୁସି ମିଳିଗଲେ ବି ମା’ ବିନା ସବୁ ତୁଚ୍ଛ । ଜୀବନରେ କେଉଁଠି କଷ୍ଟ ଲାଗିଲେ ପ୍ରଥମେ ମା'ର ଚେହେରା ମନେପଡେ । ଆଉ ଏଇଠି କୁନି ମାଙ୍କଡଟି ନିଜ ମାଆକୁ ମନେ ପକାଉଛି । କୁହାଯାଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଜାପାନର ଇଚିକାଭା ସହରର ଏକ ଚିଡିଆଖାନାର । ୨୦୨୫, ୨୬ ଜୁଲାଇରେ ତାର ମାଆ ତାକୁ ଜନ୍ମ ଦେବାପରେ ଦୁନିଆ ଛାଡି ଚାଲିଯାଇଥିଲା । ଏହାପରେ ମାଙ୍କଡ ଛୁଆଟିକୁ ସେଠାକାର କର୍ମଚାରୀ ସମ୍ଭାଳି ନା ଦେଇଥିଲେ ପଞ୍ଚ୍ । ମାଆ ଚାଲିଗଲା ପରେ ଅନ୍ୟ ମାଙ୍କଡମାନେ ତାକୁ ପାଖରେ ପୁରାଇ ଦେଉନଥିଲେ । ନା ତା ସହ ଖେଳୁଥିଲେ । ପାଖକୁ ଗଲେ ଗୋଡାଇ ମାରୁଥିଲେ । ହେଲେ ପଞ୍ଚ୍କୁ ଏବେ ମିଳିଛି ଏକ କଣ୍ଢେଇ । ଯାହା ଭିତରେ ସେ ନିଜ ମାଆକୁ ପାଇଛି । ତା ଉପରେ ବସୁଛି ତା କୋଳରେ ମୁଣ୍ଡ ରଖି ଶାଇଥିଲା । ଆଉ ତାକୁ ଖାଲି ଧରି ବୁଲୁଥିଲା । କୁନି ମାଙ୍କଡ ପଞ୍ଚ ପ୍ରିୟ ପାଲଟି ଯାଇଛି ସେହି କଣ୍ଢେଇ । ଯୁଆଡେ ଯାଉଛି ତାକୁ ସାଙ୍ଗରେ ନେଇ ଯାଉଛି, ଯେଉଁଠି ବସୁଛି ତାକୁ ଧରି ବସୁଛି । କିଏ ତାକୁ ଘଉଡାଇ ଦେଲେ, କିମ୍ବା କଷ୍ଟ ଦେଲେ ସେହି କଣ୍ଢେଇ ପାଖରେ ବସି କାନ୍ଦୁଛି । ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଆଲୋଡନ ସୃଷ୍ଟି କରିଛି ।

ମା' ଛଡା ଦୁନିଆରେ କେହି ନିଜର ନୁହଁନ୍ତି । ସବୁ ମିଳିଯାଏ ହେଲେ ମୁଣ୍ଡରେ ହାତ ରଖିବାକୁ କୋଳଇ ନେବାକୁ ଯଦି ମା' ନଥାଏ ଜୀବନରେ ସବୁ ଅଧା ଅଧୁରା ଲାଗେ । ଏ କଣ୍ଢେଇ ଭିତରେ ନିଜ ମା'କୁ ଖୋଜି ପାଇଛି ନୀରିହ ମାଙ୍କଡ । ପଞ୍ଚର ଏ କାହାଣୀ ଯନ୍ତ୍ରଣା ନୁହେଁ ଗୋଟିଏ ଆଶାର । ଏହା ଦର୍ଶାଉଛି ଯେ ଯାହା ଆମ ପାଖରେ ଅଛି ତାକୁ ଆପଣେଇ ନିଅ । ପଞ୍ଚ ପାଖରେ ପୁରା ଦୁନିଆ ନଥିଲା ଖାଲି ଗୋଟିଏ କଣ୍ଡେଇ ଥିଲା ଯାହାକୁ ସେ ପୁରା ଦୁନିଆ କରିଦେଲା ।

ଏହା ବି ପଢନ୍ତୁ...ଉଡାଣ ଭରିବାର କିଛି ସମୟରେ ପରେ ସ୍ପାଇସଜେଟ୍ରେ ଯାନ୍ତ୍ରିକ ତ୍ରୁଟି, ଦିଲ୍ଲୀ ଫେରି ଆସିଲା ଲେହ ଯାଉଥିବା ବିମାନ