ନୂଆଦିଲ୍ଲୀ, ୨୪/୦୨ : ଉଡାଣ ଭରିବାର କିଛି ସମୟରେ ପରେ ସ୍ପାଇସଜେଟ୍ ବିମାନରେ ଯାନ୍ତ୍ରିକ ତ୍ରୁଟି। ସ୍ପାର୍କିଂ ହେବାରୁ ଦିଲ୍ଲୀରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଲେହ ଯାଉଥିବା ବିମାନ। ଟଳିଗଲା ବଡ଼ ଅଘଟଣ, ଅଳ୍ପକେ ବର୍ତ୍ତିଲେ ୧୫୦ ଯାତ୍ରୀ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ୧୫୦ ଯାତ୍ରୀଙ୍କୁ ନେଇ ଲେହ ଯାଉଥିବା ସ୍ପାଇସଜେଟ୍ ବିମାନ ଟେକଅଫ୍ କରିବା ମାତ୍ରେ ପ୍ଲେନରେ ସ୍ପାର୍କିଂ ହୋଇଥିଲା। ଫଳରେ ବିମାନଟି ଲେହ ନଯାଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଏନେଇ ପାଇଲଟ୍ କହିଛନ୍ତି ଯେ, ଏମରଜେନ୍ସି ଲ୍ୟାଣ୍ଡିଂ ପୂର୍ବରୁ କକପିଟ୍ ରେ ନିଆଁ ଲାଗିବା ନେଇ କୌଣସି ଚେତାବନୀ ଦିଆଯାଇ ନଥିଲା। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଏୟାରକ୍ରାପ୍ଟର ଦ୍ଵିତୀୟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
ଏହି ଖବରଟିକୁ ପଢନ୍ତୁ- ନମାଜ ପଢ଼ିବାକୁ ଯାଇଥିଲେ ବାପା, ଜଳିଗଲା ପୂରା ପରିବାର: ମିରଟ ଅଗ୍ନିକାଣ୍ଡରେ ମହିଳା ଓ ୫ ଶିଶୁଙ୍କ ସମେତ ୬ ମୃତ