ନୂଆଦିଲ୍ଲୀ : ସରପଞ୍ଚ ସାହେବ ଭାବେ ବେଶ ଜଣାଶୁଣା ଶ୍ରେୟସ ଆୟାର ଜୋତା ପିନ୍ଧିବାକୁ ଭୁଲିଗଲେ । ରବିବାର ଖେଳାଯାଇଥିବା ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା । ମ୍ୟାଚ ଜିତିବା ପରେ ଷ୍ଟେଜକୁ ଯିବା ସମୟରେ ଏଭଳି କିଛି ଘଟିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁଜର୍ସମାନେ ଶ୍ରେୟସଙ୍କୁ ରୋହିତଙଗ୍କ ସହ ତୁଳନା କରୁଛନ୍ତି । ଅନେକ ସମୟରେ ସାଥୀ ଖେଳାଳିମାନେ ରୋହିତ ଜଣେ ଭୁଲାମନ ବୋଲି କହିଛନ୍ତି । ସେ ଅନେକ ସମୟରେ ଭୁଲିଯାଆନ୍ତି ଏବଂ କିଛି ଜିନିଷ ଛାଡ଼ି ଦିଅନ୍ତି । ଆଉ ଏବେ ଶ୍ରେୟସଙ୍କ ଏହି ଭିଡିଓରେ ମଜାଳିଆ କମେଣ୍ଟସବୁ ୟୁଜର୍ସମାନେ ଦେଉଥିବା ଦେଖିବାକୁ ମିଳିଛି ।

ରବିବାର ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ୫୪ ରନରେ ଜିତିଥିଲା ପଞ୍ଜାବ । ମ୍ୟାଚ ଜିତିବା ପରେ ଯେତେବେଳେ ଶ୍ରେୟସଙ୍କୁ ଷ୍ଟେଜକୁ ଡକାଯାଇଥିଲା ସେ ଦେଖିବା ବେଳକୁ ଚପଲ ପିନ୍ଧିଥିଲେ । ଡଗଆଉଟରେ ଜୋତା ଛାଡ଼ି ଷ୍ଟାଡିୟମ ଭିତରୁ ଚାଲି ଆସିଥିଲେ । ପୁଣିଥରେ ଆଣିବା ଅସମ୍ଭବ ଥିଲା । ଏଣୁ ସରପଞ୍ଚ ସାହେବ ସେଠାରେ ଥିବା ଜଣେ କ୍ୟାମେରାମ୍ୟାନଙ୍କୁ ଜୋତା ମାଗିଥିଲେ । ଆଉ ସେହି ଜୋତା ପିନ୍ଧି ଷ୍ଟେଜକୁ ଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ସେୟାର କରୁଥିବା ଦେଖିବାକୁ ମିଳିଛି ।

କହିଣଖୁଛି କି, ରବିବାର ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ପଞ୍ଜାବ ବିଶାଳ ସ୍କୋର କରିଥିଲା । ପଞ୍ଜାବ ୨୦ ଓଭରରେ ୨୫୪ ରନ କରିଥିଲା । କୁପର କୋନଲି ଏବଂ ପ୍ରୀୟାଂଶ ଆର୍ଯ୍ୟଙ୍କ ବିସ୍ଫୋରକ ପାଳି ପାଳି ବଳରେ ଦଳ ଏହି ସ୍କୋର କରିଥିଲା । ମାତ୍ର ଲକ୍ଷ୍ନୌ ୨୦୦ ରନ କରିବାରେ ସକ୍ଷମ ହୋଇଥିଲା । ପଞ୍ଜାବ ଏହି ମ୍ୟାଚ ଜିତିବା ସହ ପଏଣ୍ଟ ଟେବୁଲରେ ଉପରକୁ ଉଠିଛି ।

ଏହାସହ ପଢ଼ନ୍ତୁ : ବେକରେ ତୁଳସୀମାଳା, ମସ୍ତକରେ ତିଳକ : ଭକ୍ତିଭାବରେ ବିରୁଷ୍କା…