ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ବୃନ୍ଦାବନରେ ବିରାଟ, ତୃତୀୟ ଥର ପ୍ରେମାନନ୍ଦଙ୍କ ଶରଣରେ ବିରୁଷ୍କା

Published By : Ankita S | May 13, 2025 3:02 PM

ନୂଆଦିଲ୍ଲୀ,୧୩/୦୫: ଟେଷ୍ଟ କ୍ରିକେଟରୁ ଅବସର ନେବାର ଗୋଟିଏ ଦିନ ପରେ ସର୍ବପ୍ରଥମେ ବୃନ୍ଦାବନରେ ପହଞ୍ଚିଛନ୍ତି ବିରାଟ କୋହଲି । ସାଥୀରେ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ରହିଛନ୍ତି । ତୃତୀୟ ଥର ପାଇଁ ପ୍ରେମାନନ୍ଦ ମହାରାଜାଙ୍କ ଶରଣରେ ବିରୁଷ୍କା । ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିବା ପରେ ବିରାଟ ଓ ଅନୁଷ୍କା ହାତ ଯୋଡ଼ି ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ । ଏହି ସମୟରେ ପ୍ରେମାନନ୍ଦ ମହାରାଜ ତାଙ୍କୁ ପଚାରିଥିଲେ , ପ୍ରଶନ୍ନ ହୋ ? ବିରୁଷ୍କା ପ୍ରେମାନନ୍ଦ ମହାରାଜାଙ୍କୁ ସାକ୍ଷାତ କରିଥିବା ସମୟର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଧିକ ପଢନ୍ତୁ...‘ମୋତେ ତୁମର ଲୁହ ସବୁବେଳେ ମନେ ରହିବ’: କୋହଲିଙ୍କ ଅବସର ପରେ ଭାବୁକ ହେଲେ ପତ୍ନୀ ଅନୁଷ୍କା

କହି ରଖୁଛି କି ଗତକାଲି (ସୋମବାର) ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ବିରାଟ କୋହଲି । ୨୦୧୧ରେ ଟେଷ୍ଟରେ ପଦାର୍ପଣ କରିଥିଲେ କୋହଲି ।  ବିରାଟ କୋହଲି ୧୪ବର୍ଷର ଟେଷ୍ଟ କ୍ୟାରିୟର ମଧ୍ୟରେ ୧୨୩ଟି ଟେଷ୍ଟ ଖେଳି ୪୬.୮୫ ହାରରେ ୯୨୩୦ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ରହିଛି । ସେ ୬୮ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ଓ ଏଥିରୁ ଦଳକୁ ୪୦ଟି ମ୍ୟାଚ୍‌ ଜିତାଇଛନ୍ତି । ୨୦୧୯ରେ ଦକ୍ଷିଣ ଆଫ୍ରିକା (ପୁନେ ଟେଷ୍ଟ) ବିପକ୍ଷରେ କୋହଲି ଅପରାଜିତ ୨୫୪ରନ୍‌ର ଇନିଂସ ଖେଳିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ସର୍ବ ବୃହତ ଇନିଂସ ରହିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.