ପ୍ରମୂଖ ଖବର
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

IPL-2025: ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ; ଦିଲ୍ଲୀକୁ ୬ ୱିକେଟରେ ହରାଇଲା ବେଙ୍ଗାଲୁରୁ

Published By : Bijay Swain | April 27, 2025 11:35 PM

Image courtesy: bcci

ନୂଆଦିଲ୍ଲୀ: ଆଇପିଏଲର ୪୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି। ଆରସିବି ଅରୁଣ ଜେଟଲି ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବାଛିଥିଲା। ପ୍ରଥମ ଇନିଂସରେ ବ୍ୟାଟିଂ କରି ଦିଲ୍ଲୀ ୮ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ବେଙ୍ଗାଲୁରୁ ୧୯ତମ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

୧୬୩ ରନର ପିଛା କରୁଥିବା ଆରସିବି ମାତ୍ର ୨୬ ରନ ମଧ୍ୟରେ ୩ ୱିକେଟ ହରାଇଥିଲା। ଏହିଠାରୁ ବିରାଟ କୋହଲି ଏବଂ କୃଣାଲ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ୱିକେଟ ପାଇଁ ୧୧୯ ରନର ଭାଗୀଦାରି ଖେଳିଥିଲେ। ଯାହା ଦଳକୁ ବିଜୟର ଦ୍ୱାରଦେଶକୁ ନେଇଯାଇଥିଲା। ଏହି ମ୍ୟାଚରୁ କୃଣାଲ ୭୩ ଏବଂ କୋହଲି ୫୧ ରନ୍ ସଂଗ୍ରହ କରିଥିଲେ। ଭୁବନେଶ୍ୱର କୁମାର ୩ଟି ଏବଂ ଜୋଶ ହାଜେଲଉଡ୍ ୨ଟି ୱିକେଟ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.