ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବେଙ୍ଗାଲୁରୁ ଟେଷ୍ଟରେ ବିସ୍ଫୋରକ ବ୍ୟାଟିଂ, ବିରାଟ ରେକର୍ଡ କଲେ କୋହଲି

Published By : Tapas Panda | October 18, 2024 7:27 PM

Image Courtesy: espncricinfo

ବେଙ୍ଗାଲୁରୁ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ବିରାଟ କୋହଲି ୭୦ ରନ୍‌ କରିବା ସହ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ।  ବିରାଟ କୋହଲି ଟେଷ୍ଟ ମ୍ୟାଚ୍‌ରେ ୯୦୦୦ ରନ୍‌ ପୂରା କରିଛନ୍ତି । ୧୯୭ଟି ପାଳିରେ କୋହଲି ୯୦୦୦ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି । ଆଜି ଅର୍ଦ୍ଧଶତକ କରିବା ସହ କୋହଲି ଏହି ରେକର୍ଡ କରିବା ସହ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତୀୟ ଦଳର ସାହାରା ପାଲଟିଛନ୍ତି । 

ଟେଷ୍ଟରେ ୯ ହଜାର ରନ୍ କରିଥିବା ଖେଳାଳିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ବିରାଟ କୋହଲି । ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କାରଙ୍କ ନାଁରେ ଏହି ରେକର୍ଡ ରହିଛି । ସଚିନ ତେନ୍ଦୁଲକର ୧୭୯ ପାଳି ଖେଳି ୯ ହଜାର ରନ୍‌ କରିଥିବା ବେଳେ ଗାଭାସ୍କର ୧୯୨ ଏବଂ ଦ୍ରାବିଡ ୧୭୬ ପାଳି ଖେଳି ରେକର୍ଡ ରଚିଥିଲେ । ଏହା ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି ୧୯୯୧ ରନ୍‌ କରିଛନ୍ତି । ସେହିଭଳି ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ କୋହଲି ଏକ ହଜାର ରନ୍‌ରୁ ଅଧିକ କରିସାରିଛନ୍ତି । 

ଟେଷ୍ଟ କ୍ରିକେଟରେ ସବୁଠୁ କମ ପାଳି ଖେଳି ୯ ହଜାର ରନ୍‌ କରିବାର ବିଶ୍ବ ରେକର୍ଡ କୁମାର ସାଙ୍ଗାକାରାଙ୍କ ନାଁରେ ରହିଛି । ସେ ୧୭୨ଟି ପାଳିରେ ଏହି ରେକର୍ଡ କରିପାରିଥିଲେ । ଷ୍ଟିଭ୍‌ ସ୍ମିଥ ୧୭୪ଟି ପାଳିରୁ ୯୦୦୦ ଟେଷ୍ଟ ରନ୍‌ ପୂରା କରିଥିଲେ । ଏହି କ୍ରମରେ ରାହୁଲ ଦ୍ରାବିଡ ତୃତୀୟ ସ୍ଥାନରେ ରହିଛନ୍ତି । ସେପଟେ ଭାରତ ପାଇଁ ନମ୍ବର ୩ରେ ଖେଳି ବିରାଟ କୋହଲି ୧୫୦୦୦ ଅନ୍ତର୍ଜାତୀୟ ରନ୍‌ ପୂରା କରିଛନ୍ତି । ଏବେ ସୁଦ୍ଧା ପଣ୍ଟିଂ, ସାଙ୍ଗାକାରା ଏବଂ କେନ ଓ୍ବିଲିୟମସନ୍‌ଙ୍କ ନାଁରେ ଏହି ରେକର୍ଡ ରହିଥିଲା ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.