ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଗୋଟିଏ ଯୁଗର ଶେଷ ! ଏମିତି କେହି ବନିଯାନ୍ତି ନାହିଁ ବିରାଟ ; ସନ୍ନ୍ୟାସ ପଛରେ ରହିଗଲା ପ୍ରଶ୍ନ

Published By : Ankita S | May 12, 2025 3:10 PM

ନୂଆଦିଲ୍ଲୀ,୧୨/୦୫: ପ୍ରଥମେ ରୋହିତ ଆଉ ଏବେ ବିରାଟ କୋହଲି । ୫ ଦିନରେ କ୍ରିକେଟର ଦୁଇ କିମ୍ବଦନ୍ତୀ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ଏହାକୁ ଭାରତୀୟ କ୍ରିକେଟର ଗୋଟିଏ ଯୁଗ ଶେଷ ହୋଇଛି ବୋଲି କୁହାଯିବ । ଏବେ ମୈଦାନରେ ଧଳା ଜର୍ସିରେ ରୋ-କୋଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ । ରୋହିତଙ୍କ ପରେ ଏବେ କୋହଲି ସନ୍ନ୍ୟାସ ନେଇ ଏକ ପ୍ରଶ୍ନବାଚୀର ଗାର ଟାଣି ଦେଇଛନ୍ତି । ଏମିତି ସୟମରେ କୋହଲି ଅବସର ନେଇଛନ୍ତି ଯେ, ସମସ୍ତେ କହୁଛନ୍ତି ଏମିତି ବି କଣ ଜଲଦୀ ଥିଲା ।

ଏମିତିରେ କୌଣସି ପ୍ଲେୟାର ବିରାଟ କୋହଲି ହୋଇ ଯାଆନ୍ତି ନାହିଁ । ୩୬ ବର୍ଷୀୟ ହେଲେ ବି ବିରାଟଙ୍କର ଫିଟ୍‌ନେସ, ଏନର୍ଜି ଲେବଲ, ଜୋସ୍‌, ପୂର୍ତ୍ତି ଏକଦମ୍ ଅଲଗା ଥିଲା । ତାଙ୍କ ଖେଳିବା ଷ୍ଟାଇଲ୍ ତାଙ୍କୁ ସ୍ୱତନ୍ତ୍ର କରିଥିଲା । କିଙ୍ଗ୍‌ ରନ୍ ମେସିନ୍‌ର ପରିଚୟ ଦେଇଥିଲା । ସେ ଆଉ ଦୁଇ ବର୍ଷ ଟେଷ୍ଟ କ୍ରିକେଟ ଖେଳିପାରିଥାନ୍ତେ । ବିସିସିଆଇ ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲା ହେଲେ କିଙ୍ଗ କୋହଲି ତାଙ୍କ ମନ କଥା ଶୁଣିଲେ । ଅବସର ଘୋଷଣା କରିଦେଲେ । ଅଧିନାୟକ ଭାବେ ଶତକ,  ସର୍ବାଧିକ ସ୍କୋର, ସବୁଠୁ ଅଧିକ ଡବଲ ସେଞ୍ଚୁରୀ ରେକର୍ଡ ତାଙ୍କ  ନାମରେ ରହିଛି ।

ଅବସର ପଛରେ ପ୍ରଶ୍ନଗାର- ଦୁଇଦିନ ତଳେ ଅବସର ନେଇ ବିସିସିଆଇକୁ ଜଣାଇଥିଲେ । ବିସିସିଆଇ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ କହିଥିଲା । ହେଲେ ନିଷ୍ପତ୍ତିରେ ଅଟଳ ରହିଲେ ବିରାଟ କୋହଲି । ୧୪ ବର୍ଷର ଟେଷ୍ଟ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅଚାନକ ତାଙ୍କ ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିସିସିଆଇ ସହ ତାଙ୍କର ମତାନ୍ତର ଥିବା କୁହାଯାଉଛି । କିଛି ରିପୋର୍ଟ ଆସିଛି କି ରୋହିତଙ୍କ ପରେ ସେ ଇଂଲଣ୍ଡ ବିପକ୍ଷରେ ଅଧିନାୟକ ହେବାକୁ ଚାହୁଁଥିଲେ । ହେଲେ ବିସିସିଆଇ ତାଙ୍କୁ ସଫାସଫା ମନା କରି ଦେଇଥିଲା ।


ଅଧିକ ପଢନ୍ତୁ...ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର ଘୋଷଣା; ଇନଷ୍ଟାରେ ଲେଖିଲେ ୨୬୯ ସାଇନିଂ ଅଫ୍

ଟେଷ୍ଟରେ ଭାରତର ସର୍ବଶ୍ରେଷ୍ଠ ଅଧିନାୟକ- ରନ୍ ମେସିନ୍ ବିରାଟ କୋହଲିଙ୍କର ସଫଳ ଟେଷ୍ଟ ଅଧିନାୟକ ଭାବେ ଚମତ୍କାର ରେକର୍ଡ ରହିଛି । ସେ ୬୮ଟି ମ୍ୟାଚରୁ ୪୦ଟିରେ ଭାରତକୁ ବିଜୟୀ କରାଇଛନ୍ତି । ୧୭ଟି ହାରିଛନ୍ତି ୧୧ଟି ଡ୍ର ହୋଇଛି । ଭାରତର ସବୁଠୁ ସଫଳ ଅଧିନାୟକ ତାଲିକାରେ କୋହଲି ଆଗରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ୬୦ଟି ଟେଷ୍ଟରେ ନେତୃତ୍ୱ ନେଇ ୨୭ଟି ଟେଷ୍ଟ ଜିତାଇଥିବାବେଳେ ସୌରଭ ଗାଙ୍ଗୁଲି ୪୯ଟି ଟେଷ୍ଟରେ ନେତୃତ୍ୱ ନେଇ ୨୧ଟି ଟେଷ୍ଟ ଜିତାଇଛନ୍ତି । ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ତାଲିକାରେ ମଧ୍ୟ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଥ୍ୟାଙ୍କ ୟୁ କିଙ୍ଗ୍‌- ଏବେ ଆଉ ବିରାଟ କୋହଲିଙ୍କୁ ଧଳା ଜର୍ସିରେ ଦେଖିବାକୁ ମିଳିବ ନାହିଁ । ଆଉ ତାଙ୍କ ବ୍ୟାଟିଂ ଷ୍ଟାଇଲ ଦେଖିବାକୁ ପାଇବେନି ଫ୍ୟାନ୍ସ । ଏବେ ଆଉ ଟେଷ୍ଟରେ ତାଙ୍କର ସଙ୍କଟମୋଚକ ଅବତାର ଦେଖିବାକୁ ମିଳିବନି । କୋହଲିଙ୍କର ଜବରଦସ୍ତ କ୍ୟାରିୟର ଥିଲା! ଥ୍ୟାଙ୍କ ୟୁ ବିରାଟ୍ କୋହଲି !ଭାରତୀୟ କ୍ରିକେଟ ଦଳର କିଙ୍ଗ୍ । ଥ୍ୟାଙ୍କ ୟୁ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.