ମୁମ୍ବାଇ,୪/୫ : ଆଇପିଏଲ୍ ୨୦୨୬ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରି କହିଛି କି ୧୮ବର୍ଷର ଲମ୍ବା ସମୟ ପରେ ଜଣେ ଭେଟରାନ ଟିମରୁ ଅଲଗା ହୋଇଯାଇଛନ୍ତି । ଭିଡ଼ିଓରେ ବିରାଟ କୋହଲୀଙ୍କ ଆଖି ଛଳଛଳ ହୋଇଯାଇଥିବା ଦେଖାଯାଇଛି । ଲୋକଙ୍କ ଧ୍ୟାନ କୋହଲୀଙ୍କ ଆଖି ଉପରେ ଯାଇଥିଲା ଏବଂ ଭିଡ଼ିଓରେ କୋହଲୀଙ୍କ ଭାବବିହ୍ବଳ ଫଟୋ ସୋସିଆଲ ମିଡ଼ିଆରେ ସେୟାର ହେବାରେ ଲାଗିଛି । ଆସନ୍ତୁ ଜାଣିବା କି କେଉଁ ଭେଟରାନ ଛାଡ଼ିଲେ ଟିମର ହାତ ।

ଭିଡ଼ିଓ କୁ ସେୟାର କରି କୁହାଯାଇଛି କି ମୁଖ୍ୟ ଫିଜିଓ ଇଭାନ ସ୍ପିଚଲୀ ଫ୍ରାଞ୍ଚାଇଜରୁ ଅଲଗା ହୋଇଯାଇଛନ୍ତି । ଏହି ଅବସରରେ ପୂରା ଟିମ୍ ଇଭାନଙ୍କୁ ଫେରଓ୍ବେଲ ଦେଇଛନ୍ତି । ବିରାଟ କୋହଲୀ ବି ତାଙ୍କ ଲାଗି ସ୍ପିଚ୍ ଦେଇଛନ୍ତି । ପ୍ରକାଶ ଯେ, ଇଭାନ ୨୦୦୮ରୁ ୨୦୨୫ପର୍ଯ୍ୟନ୍ତ ବେଙ୍ଗାଲୁରର ଭାଗିଦାରୀ ଥିଲେ ।

ଆରସିବି ଭିଡ଼ିଓରେ କ୍ୟାପଶନ ଲେଖିଛି କି, ଇଭାନ ସ୍ପିଚଲୀ, ଯୁଗର ଅନ୍ତ ହୋଇଛି । ଆରସିବିରେ ଆପଣଙ୍କ ଯୋଗଦାନ ସବୁବେଳେ ମନେ ରହିବ । ଇଭାନ ସ୍ପିଚଲୀ ୨୦୦୮ରୁ ୨୦୨୫ପର୍ଯ୍ୟନ୍ତ ୧୮ବର୍ଷ ଆମର ମୁଖ୍ୟ ଫିଜିଓ ରହିସାରିଛନ୍ତି । ସେ ଆରସିବିର OGsରୁ ଜଣେ । ସେ ଏକ ବିଶେଷ ଫେରଓ୍ବେଲ ସମାରୋହ ଲାଗି ବେଙ୍ଗାଲୁରୁ ଆସିଥିଲେ ଏବଂ ଆମ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା । ସବୁବେଳେ ଜଣେ ଆରସିବିୟନ ଇଭାନ ।