ନୂଆଦିଲ୍ଲୀ,୦୧/୧୨; ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ କୋହଲି ଏକ ଦମଦାର ଆରମ୍ଭ କରିଛନ୍ତି । ମ୍ୟାଚ୍ ପରେ, ଭାରତୀୟ କିମ୍ବଦନ୍ତୀ ଶେଷରେ କିଛି ସମୟ ଧରି ଲଗାତାର ପଚରାଯାଉଥିବା ଏକ ପ୍ରଶ୍ନର ଅନ୍ତ ଘଟାଇଲେ ଘଟାଇଛନ୍ତି । କ'ଣ ଟେଷ୍ଟ କ୍ରିକେଟକୁ ଫେରିବେ ? ଏହି ଚର୍ଚ୍ଚା ଉପରେ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି ।

ପ୍ରଥମ ଦିନିକିଆରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ବିରାଟ କୋହଲି । ଏହାପରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟ ଉପରେ ଧ୍ୟାନ ଦେଉଛନ୍ତି । ମୁଁ କେବଳ ଗୋଟିଏ ଫର୍ମାଟ୍ ଖେଳୁଛି । ଏବେ ଶରୀର ଏବଂ ମନର ଆବଶ୍ୟକତାକୁ ବୁଝନ୍ତି ଏବଂ ଏହି ସମୟରେ ତାଙ୍କ ପାଇଁ ଗୋଟିଏରୁ ଅଧିକ ଫର୍ମାଟରେ ଖେଳିବା ସମ୍ଭବ ନୁହେଁ । ଅନୁଭବ ସବୁଠୁ ବଡ଼ ଅସ୍ତ୍ର । ୩୭ ବର୍ଷ ବୟସରେ, କୋହଲି ସ୍ୱୀକାର କରନ୍ତି ଯେ ସୁସ୍ଥତା ପୂର୍ବ ପରି ନାହିଁ ।  ସେ ନିଜର ଶକ୍ତି ବଜାୟ ରଖିବା ପାଇଁ ମ୍ୟାଚ୍ ପୂର୍ବରୁ ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତି । '' କୋହଲିଙ୍କର ଏହି ବୟାନ ସ୍ପଷ୍ଟ ଭାବରେ ତାଙ୍କର ଭବିଷ୍ୟତ ଯୋଜନାକୁ ଦର୍ଶାଉଛି ।

କହି ରଖୁଛି କି, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୧୭ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ୍ ବିନିମୟରେ ୩୪୯ ରନ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୩୩୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ବିରାଟ କୋହଲି ୧୩୫ ରନ୍ ସହ ୫୨ତମ ଶତକ ହାସଲ କରିଛନ୍ତି । ନିକଟରେ, ଏକ ରିପୋର୍ଟ ଆସିଥିଲା ଯେ ବିସିସିଆଇ କିଛି ଅଭିଜ୍ଞ ଖେଳାଳିଙ୍କୁ ଟେଷ୍ଟ ଦଳରେ ଫେରାଇ ଆଣିବାକୁ ଯୋଜନା କରୁଛି, ଏବଂ କୋହଲିଙ୍କ ନାମ ମଧ୍ୟ ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି । ଏବେ କୋହଲିଙ୍କର ଏହି ବୟାନ ଏହି ସମସ୍ତ ଆଲୋଚନାର ଅନ୍ତ ଘଟାଇଛି ।