ମୁମ୍ବାଇ, ୧୨/୨ :   ବିରାଟ କୋହଲୀ ଖରାପ ପ୍ରଦର୍ଶନ ଦେଇ ଗତି କରୁଛନ୍ତି । ଏହାପରେ ବି ସେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବିରାଟ ଏସିଆରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳୀଙ୍କ ସୂଚୀରେ ସାମିଲ ହୋଇଯାଇଛନ୍ତି । କୋହଲୀ ଏହି ରେକର୍ଡ଼ ଇଂଲଣ୍ଡ ବିପକ୍ଷ ଅହମ୍ମଦାବାଦରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚରେ କରିଛନ୍ତି । ଏସିଆ ପିଚରେ ସବୁଠାରୁ ଅଧିକ ରନ୍ କରିବା ମାମଲାରେ ସବୁଠାରୁ ଉପରେ ସଚିନ ତେନ୍ଦୁଲକର ଅଛନ୍ତି । ଯିଏ ୨୧ହଜାରରୁ ଅଧିକ ରନ୍ କରିଥିଲେ । ସେହିଭଳି ବିରାଟ ଏବେ ଏସିଆ ପିଚରେ ୧୬୦୦୦ରନ୍ ପୂରା କରି ନେଇଛନ୍ତି ।

ବିରାଟ କୋହଲୀ ଏସିଆ ପିଚରେ ୩୪୦ପାଳିରେ ୧୬୦୦୦ରନର ସଂଖ୍ୟା ଛୁଇଁ ନେଇଛନ୍ତି । ଏସିଆ ପିଚରେ ସବୁଠାରୁ ଅଧିକ ରନ୍ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି ,ଯିଏ ୨୧,୭୪୧ରନ୍ କରିଥିଲେ । ଦ୍ବିତୀୟ ସ୍ଥାନରେ ଶ୍ରୀଲଙ୍କାର ମହାନ ଖେଳାଳୀ କୁମାର ସାଙ୍ଗାକାରା ଅଛନ୍ତି, ଯିଏ ଏସିଆ ପିଚରେ ୧୮,୪୨୩ରନ୍ କରିଛନ୍ତି ଏବଂ ମହେଲା ଜୟବର୍ଦ୍ଧନ ୧୭,୩୮୬ରନ୍ କରିଥିଲେ । ଏହି କ୍ରମରେ ବିରାଟ ଏବେ ଚତୁର୍ଥ ସ୍ଥାନରେ ଆସିଯାଇଛନ୍ତି । ଯାହାକି ତାଙ୍କର ଏବେ ଏସିଆ ପିଚରେ ୧୬୦୦୦ରନ୍ ପୂରା ହୋଇଯାଇଛି । ସନଥ ଜୟସୂର୍ଯ୍ୟା ଏବଂ ରାହୁଲ ଦ୍ରାବିଡ଼ ଏସିଆ ମୈଦାନରେ ୧୩ହଜାରରୁ ଅଧିକ ରନ୍ କରିଛନ୍ତି ।