ନୂଆଦିଲ୍ଲୀ: ପର୍ଥରେ ୮ ବଲରୁ ଶୂନ ରନ୍, ଆଡିଲେଡରେ ୪ ବଲରୁ ଶୂନ ରନ୍ । ମୋଟ ୧୨ ବଲରୁ ଶୂନ ରନ୍। ଏହି ପ୍ରଦର୍ଶନ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କର । ସେ ଅଷ୍ଟ୍ରେଲିଆ ଗସ୍ତରେ ଏପର୍ଯ୍ୟନ୍ତ ନିଜର ଖାତା ଖୋଲି ନାହାନ୍ତି। ତୃତୀୟ ଏବଂ ଅନ୍ତିମ ଦିନିକିଆ ଶନିବାର ସିଡନୀରେ ଅନୁଷ୍ଠିତ ହେବ। ସମ୍ଭବତଃ ଏହା ବିରାଟ କୋହଲି ଏବଂ ତାଙ୍କର ସାଥୀ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ମାଟିରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରେ।

ଏହି ମ୍ୟାଚ୍‌ରେ ଉଭୟ ବ୍ୟାଟରଙ୍କୁ ପ୍ରଭାବଶାଳୀ ପ୍ରଦର୍ଶନ କରିବାକୁ ପଡ଼ିବ। ଭାରତୀୟ ଦଳ ପୂର୍ବରୁ ସିରିଜ୍‌ ହାରିସାରିଛି ଏବଂ ଏବେ ପ୍ରଥମ ଥର ପାଇଁ କ୍ଲିନ୍‌ ସୁଇପ୍‌ର ଆଶଙ୍କାର ସମ୍ମୁଖୀନ ହେଉଛି। ଅଷ୍ଟ୍ରେଲିଆ ଦଳ ଦିନିକିଆ କ୍ରିକେଟ୍‌ରେ ଭାରତ ବିପକ୍ଷରେ କେବେ କ୍ଲିନ୍‌ ସୁଇପ୍‌ ହାସଲ କରିନାହିଁ। ଗୋଟିଏ ଦିନ ପୂର୍ବରୁ, ଅକ୍ଟୋବର ୨୩ ତାରିଖରେ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍‌କୁ ଦୁଇ ୱିକେଟ୍‌ରେ ଜିତିଥିଲା। ଦଳ ପ୍ରଥମ ମ୍ୟାଚ୍‌କୁ ସାତ ୱିକେଟ୍‌ରେ ଜିତିଥିଲା।

କୋହଲିଙ୍କ ବୟସ ୩୬ ଏବଂ ରୋହିତଙ୍କ ବୟସ ୩୮ ବର୍ଷ । ଉଭୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ ଅନୁଯାୟୀ, ଭାରତ ଆଗାମୀ ଦୁଇ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ନାହିଁ। ଏହାର ଅର୍ଥ ହେଉଛି, ରୋହିତ ଏବଂ କୋହଲି ଦକ୍ଷିଣ ଆଫ୍ରିକାରେ ୨୦୨୭ ODI ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିପାରନ୍ତି, କିନ୍ତୁ ସେମାନେ ଅଷ୍ଟ୍ରେଲିଆରେ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ ।

ଭାରତ  ମ୍ୟାଚ୍‌ରେ କ୍ଲିନ୍ ସୁଇପ୍ ହେବାର ଆଶଙ୍କାର ସମ୍ମୁଖୀନ ହେଉଛି। ଅଷ୍ଟ୍ରେଲିଆ ଦଳ କେବେବି ଦିନିକିଆ ସିରିଜ୍‌ରେ ଭାରତ ବିପକ୍ଷରେ କ୍ଲିନ୍ ସୁଇପ୍ ହାସଲ କରିନାହିଁ। ଉଭୟ ଦଳ ୧୯୮୪ ମସିହାରୁ ଦିନିକିଆ ସିରିଜ୍‌ ଖେଳୁଛନ୍ତି। ଯେତେବେଳେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଥିଲା, ସେତେବେଳେ ୫ଟି ମ୍ୟାଚ୍‌ରୁ ତିନୋଟିରେ ବିଜୟୀ ହୋଇଥିଲା । କିନ୍ତୁ ଦୁଇଟି ମ୍ୟାଚ୍‌ ଡ୍ରରେ ରହିଥିଲା। 

ଅନ୍ୟପଟେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଦଳର ରେକର୍ଡ ଖରାପ। ଦଳ ୯ ବର୍ଷ ଧରି ସେଠାରେ କୌଣସି ଓଡିଆଇ ମ୍ୟାଚ୍ ଜିତିନାହିଁ। ଭାରତୀୟ ଦଳର ଶେଷ ଥର ପାଇଁ ଜାନୁଆରୀ ୨୩, ୨୦୧୬ରେ ସେଠାରେ ବିଜୟୀ ହୋଇଥିଲା। ସେବେଠାରୁ ଟିମ୍ ଇଣ୍ଡିଆ ସିଡନୀରେ ଲଗାତାର ତିନୋଟି ମ୍ୟାଚ୍ ହାରିଛି।

ଦୁଇ ଦଳ ଅଷ୍ଟ୍ରେଲିଆ ପିଚ୍‌ରେ ୫୬ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ଆୟୋଜକ ଦଳ ୪୦ଟିରେ ବିଜୟୀ ହୋଇଛି। ଭାରତ ୧୪ଟି ମ୍ୟାଚ୍ ଜିତିଛି ।  ଭାରତ ଏବଂ ଅଷ୍ଟ୍ରେଲିଆ ମୋଟ ୧୫୪ଟି ହେଡ୍-ଟୁ-ହେଡ୍ ମ୍ୟାଚ୍ ଖେଳିଛନ୍ତି। ଅଷ୍ଟ୍ରେଲିଆ ୮୬ଟି ଜିତିଛି, ଭାରତ ୫୮ଟି ମ୍ୟାଚ ଜିତିଛି। ୧ହଟି ମ୍ୟାଚ୍‌ ଅମିଂମାସିତ ରହିଛି ।