ହିନ୍ଦୁ ଧର୍ମରେ ଶୁଭ ମୁହୁର୍ତ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଶୁଭ ସମୟରେ ଚୁଟି ପକାଇବା ହେଉ କି ନିର୍ବନ୍ଧ, ନାମକରଣ, ଘର ପ୍ରତିଷ୍ଠା ଏବଂ ବିବାହ ପରି ଅନେକ ଶୁଭ କାର୍ଯ୍ୟ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବିବାହ ଦିନ ଅତ୍ୟନ୍ତ ସ୍ୱତନ୍ତ୍ର । ବିବାହ ଏପରି ଏକ ଶୁଭ କାର୍ଯ୍ୟ ଯାହାକି କେବଳ ଶୁଭ ସମୟରେ କରିବା ଭଲ ବୋଲି ବିବେଚନା କରାଯାଏ । ତେଣୁ, ବିବାହ ପରି ଶୁଭ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଶୁଭ ସମୟ ଏବଂ ତାରିଖ ସ୍ଥିର କରାଯାଇଥାଏ । ଯଦି ଜ୍ୟୋତିଷମାନଙ୍କୁ ବିଶ୍ବାସ କରାଯାଏ, ତେବେ ନୂଆବର୍ଷ ୨୦୨୫ ରେ, ବିବାହ ପାଇଁ ଅନେକ ଶୁଭ ସମୟ ଅଛି । ଏହି ବର୍ଷ ଜାନୁୟାରୀ ୨୦୨୫ ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଅନେକ ବିବାହର ଯୋଗ ରହିଛି । ତେଣୁ ବିବାହ ପାଇଁ ଶୁଭ ସମୟର ସମ୍ପୂର୍ଣ୍ଣ ତାଲିକା ଏଠାରେ ଦେଖନ୍ତୁ । 

୨୦୨୫ରେ ବିବାହ ପାଇଁ ଶୁଭ ସମୟ

ଜାନୁଆରୀ:-ନୂତନ ବର୍ଷର ପ୍ରଥମ ମାସରେ, ୧୬ , ୧୭ , ୧୮, ୧୯, ୨୦, ୨୧, ୨୩, ୨୪, ୨୬ ଏବଂ ୨୭ ଜାନୁଆରୀ । ଏସବୁ  ବିବାହ ପାଇଁ ଶୁଭ ତାରିଖ ଅଟେ  । 

ଫେବୃଆରୀ:-ଫେବୃଆରୀ ୨, ୩, ୬, ୭, ୧୨, ୧୩, ୧୪, ୧୫, ୧୬, ୧୮, ୧୯, ୨୧, ୨୩ ଏବଂ ୨୫ ବିବାହର ଶୁଭ ତାରିଖ ରହିଛି। 

ମାର୍ଚ୍ଚ:- ମାର୍ଚ୍ଚରେ ୧, ୨, ୫, ୬, ୭ ଏବଂ ୧୨  ବିବାହ ପାଇଁ ଶୁଭ ତାରିଖ ହେବାକୁ ଯାଉଛି ।

ଏପ୍ରିଲ୍:-ଏପ୍ରିଲ୍‌ରେ ୧୪, ୧୬, ୧୮, ୧୯, ୨୦,୨୧, ୨୯ ଏବଂ ୩୦।  ଏସବୁ ବିବାହ ପାଇଁ ଶୁଭ ତାରିଖ ହେବାକୁ ଯାଉଛି ।

ମେ:- ୫, ୬, ୮, ୯, ୧୪, ୧୬, ୧୭, ୧୮,୨୨, ୨୩, ୨୭ ଏବଂ ୨୮ ତାରିଖ  ବିବାହ ପାଇଁ ଶୁଭ ହେବାକୁ ଯାଉଛି । 

ଜୁନ୍:-୨, ୩ ଏବଂ୪ ତାରିଖ  ବିବାହ ପାଇଁ ଶୁଭ ତାରିଖ ହେବାକୁ ଯାଉଛି ।

ନଭେମ୍ବର :- ୨, ୩,୮, ୧୨, ୧୫, ୧୬, ୨୨,୨୩ ଏବଂ ୨୫ ନଭେମ୍ବରକୁ ବିବାହ ପାଇଁ ଶୁଭ ତାରିଖ ଭାବରେ ବିବେଚନା କରାଯାଉଛି। 

ଡିସେମ୍ବର:-  ୪, ୫ ଏବଂ ୬ ଡିସେମ୍ବର ବିବାହ ପାଇଁ ଶୁଭ ବୋଲି ବିବେଚନା କରାଯାଏ ।

ସେହିପରି ନୂଆବର୍ଷ ୨୦୨୫ ରେ  ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର ଆଦି ଚାରି ମାସରେ କୌଣସି ବିବାହ ଯୋଗ ନାହିଁ। କାରଣ ୬ ଜୁଲାଇରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଶ୍ରୀହରି ଯୋଗ ନିଦ୍ରାକୁ ଯିବେ । ଯେଉଁଥିପାଇଁ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ରହିବ ।