ଦାରିଙ୍ଗବାଡ଼ି, ୨୮/୧, (ଆପ୍ର):  ଦନେକବାଡ଼ି ପଂଚାୟତ  ଅନ୍ତର୍ଗତ ବିରାଗାଡ଼ା ଗ୍ରାମ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ   ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତାରେ   ମାହାଡ଼ାଗାଣ୍ଡା ଦଳ ବିଜୟୀ ଓ କିରାମାହା ଦଳ  ରନର୍ସ ଅପ   ହୋଇଛନ୍ତି।

ଏଥିରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ,  ସମ୍ମାନିତ ଅତିଥି ଭାବେ ଅମୀର ଚାନ୍ଦ ନାୟକ ଯୋଗ ଦେଇଥିଲେ। ବିଜୟୀ ଦଳକୁ ଟ୍ରଫି ସହିତ ୧୨ ହଜାର ଓ ରନର୍ସ ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମୋଟ ୧୬ଟି ଦଳ  ପ୍ରତିଯୋଗିତାରେ ଭାଗ ନେଇଥିଲେ।  ଗତ ୨୨ ତାରିଖ ରୁ  ଟୁର୍ନାମେଣ୍ଟ ଆରମ୍ଭ ହୋଇ ୨୭ରେ  ଉଦଯାପିତ ହୋଇଥିଲା। ବିରାଗାଡା ଯୁବକ ସଂଘ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା।