ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୯ ହଜାର କୋଟିରୁ ଅଧିକ ଦାନ କଲେ ୱାରେନ୍ ବଫେଟ୍, କିଏ ହେବେ ବିଶ୍ବର ୭ ନମ୍ବର ଧନୀଙ୍କ ଉତ୍ତରାଧିକାରୀ ?

Published By : Tapas Panda | November 26, 2024 8:27 PM

Image Courtesy: Social Media

ନୂଆଦିଲ୍ଲୀ: ଆମେରିକୀୟ କୋଟିପତି ଏବଂ ନିବେଶକ ୱାରେନ୍ ବଫେଟ୍ ୧.୧୫ ବିଲିୟନ ଡଲାର ମୂଲ୍ୟର ଷ୍ଟକ ୪ଟି ଫାଉଣ୍ଡେସନକୁ ଦାନ କରିଛନ୍ତି । ବର୍କଶାୟାର ହାଥୱେରେ ୧.୧୫ ବିଲିୟନ୍‌ ଡଲାର (ପ୍ରାୟ ୯୬୯୩ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଷ୍ଟକ୍‌ ଦାନ କରିଛନ୍ତି ବିଶ୍ବର ୭ ନମ୍ବର ଧନୀ ବ୍ୟକ୍ତି ୱାରେନ୍ ବଫେଟ୍ । ତାଙ୍କ ପ୍ରଥମ ପତ୍ନୀଙ୍କ ନାଁରେ ଥିବା ସୁସାନ ଥମ୍ପସନ ବଫେଟ୍‌ ପ୍ରତିଷ୍ଠାନକୁ ୧.୫ ମିଲିୟନ୍‌ ଶେୟାର ମିଳିଥିବା ବେଳେ ଶେରଉଡ୍‌ ଫାଉଣ୍ଡେସନ, ହାଓ୍ବାର୍ଡ ଜି. ବଫେଟ୍‌ ଏବଂ ନୋଭୋ ଫାଉଣ୍ଡେସନକୁ ୩ ଲକ୍ଷ ଲେଖାଏଁ ଶେୟାର ମିଳିଛି । ବଫେଟ୍‌ ତାଙ୍କ ମୃତ୍ୟୁ ପରେ ତାଙ୍କର ୧୪୭.୪ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ ସେନେଇ ସ୍ପଷ୍ଟ ମଧ୍ୟ କରିଛନ୍ତି । ତେବେ ଏହି ଦାନ ପରେ ବର୍କଶାୟାର ହାଥୱେ କ୍ଲାସ୍‌ ଏ ଶେୟାରରେ ଓ୍ବାରେନ୍‌ ବଫେଟ୍‌ଙ୍କ  ଭାଗିଦାରୀ ୫୬.୬ ପ୍ରତିଶତ ହ୍ରାସ ଘଟିଛି । 

ବୟସାଧିକ୍ୟ ଯୋଗୁଁ ବଫେଟ୍‌ ନିଜ ମୃତ୍ୟୁ ପରେ ସଂପତ୍ତି ଭାଗବଣ୍ଟା ଲାଗି ୩ଟି ଉତ୍ତରାଧିକାରୀ ଟ୍ରଷ୍ଟି ନିଯୁକ୍ତ କରିଛନ୍ତି  । ମୃତ୍ୟୁ ହେବା ପରେ ତାଙ୍କ ସଂପତ୍ତି ଦାନ କରିବା ଲାଗି ପିଲାମାନଙ୍କ ଉପରେ ଭରସା କରିଛନ୍ତି ବଫେଟ୍‌ । ଯଦି ପିଲାମାନେ ଏଭଳି କରିବାକୁ ସକ୍ଷମ ନହୁଅନ୍ତି ତେବେ ଉତ୍ତରାଧିକାରୀ ଟ୍ରଷ୍ଟି ଏହି କାର୍ଯ୍ୟ କରିବ ।  ଭବିଷ୍ୟତ‌ରେ ସଂପତ୍ତି ଦାନ କରିବା ଲାଗି ତାଙ୍କର ୩ ପିଲାଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଏହା ଦ୍ବାରା ପରୋପକାର ନାଁରେ ଯେମିତି ପରିବାର ଉପରେ କୌଣସି ଚାପ ନପଡ଼େ ସେଥିପାଇଁ ଏଭଳି କରାଯାଇଛି ବୋଲି ବଫେଟ୍‌ କହିଛନ୍ତି । ବଫେଟ୍‌ ଆହୁରି ମଧ୍ୟ କହିଛନ୍ତି, ମୁଁ ଏବଂ ସୁସାନ ଆମ ପିଲାଙ୍କୁ ଭଲ ଶିକ୍ଷା ଦେଇଛୁ । ମାନବ ସେବା ଲାଗି ସେମାନଙ୍କୁ ପ୍ରେରିତ କରିଥିଲୁ । ପତ୍ନୀଙ୍କ ମୃତ୍ୟୁ ପରେ ମୁଁ ବର୍କଶାୟାର ଶେୟାରରୁ ହେଉଥିବା ରୋଜଗାରର ପରିଚାଳନା କରିବାକୁ ପ୍ରସ୍ତୁତ ନଥିଲି ।’ 

ୱାରେନ୍ ବଫେଟ୍ ୩୦ ଅଗଷ୍ଟ ୧୯୩୦ରେ ଆମେରିକାର ଓମାହା ସହରରେ ଜନ୍ମଗ୍ରହଣ କରିଥିଲେ । ପିତା ହାଓ୍ବାର୍ଡ ବଫେଟ ଜଣେ ଷ୍ଟକ୍‌ ବ୍ରୋକର ଥିଲେ ଏବଂ ପରେ ସାଂସଦ ହୋଇଥିଲେ । ୱାରେନ୍ ବଫେଟଙ୍କ ପ୍ରଥମ ପତ୍ନୀଙ୍କ ନାଁ ଥିଲା ସୁସାନ । ଦୁହେଁ ୧୯୭୦ରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ । ୨୦୦୪ରେ ସୁସାନଙ୍କ ଦେହାନ୍ତ ହୋଇଥିଲା ।  ଏହା ପରେ ୨୦୦୬ରେ ୱାରେନ୍ ବଫେଟ୍ ଏଷ୍ଟ୍ରିଡ୍‌ ମେଙ୍କସ୍‌ଙ୍କୁ ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ସୁସି, ହାଓ୍ବାର୍ଡ ଏବଂ ପିଟର ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.