ନୂଆଦିଲ୍ଲୀ,୧୬/୦୪; ଅଷ୍ଟ୍ରେଲିୟ କିମ୍ବଦନ୍ତୀ ସ୍ପିନର ସେନ୍ ୱାର୍ଣ୍ଣଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ତାଙ୍କ ଦେହାନ୍ତର ଖବର ପ୍ରତିଟି କ୍ରିକେଟ୍ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଥିଲା ।  ସେ ମାତ୍ର ୫୨ ବର୍ଷ ବୟସରେ ଦୁନିଆକୁ ଛାଡ଼ି ଚାଲିଗଲେ ମହାନ କ୍ରିକେଟର । ୱାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସମସ୍ତେ ସେନ୍ ୱାର୍ଣ୍ଣଙ୍କ ମୃତ୍ୟୁର କାରଣ ଜାଣିବାକୁ ଚାହୁଁଥିଲେ। ଏବେ, ତାଙ୍କ ମୃତ୍ୟୁର ୪ ବର୍ଷ ପରେ, ତାଙ୍କ ପୁଅ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି । କୋଭିଡ ୧୯ ଟିକା ପାଇଁ ସେନ୍ ୱାର୍ଣ୍ଣଙ୍କର ମୃତ୍ୟୁ ହୋଇଥିବା ଦାବି ସମସ୍ତଙ୍କୁ ଚକିତ କରିଛି । କୋଭିଡ ଟିକା ପାଇଁ ତାଙ୍କ ବାପାଙ୍କର ଅସମୟରେ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି ।

ସେନ୍ ୱାର୍ଣ୍ଣଙ୍କ ମୃତ୍ୟୁର ଚାରି ବର୍ଷ ପରେ, ତାଙ୍କ ପୁଅ ଜ୍ୟାକସନ ଦାବି କରିଛନ୍ତି ଯେ, ତାଙ୍କ ମୃତ୍ୟୁ ସମ୍ଭବତଃ "ତିନି କିମ୍ବା ଚାରୋଟି" କୋଭିଡ୍ ଟିକା ଯୋଗୁଁ ହୋଇଥିଲା ଯାହାକୁ ସେ କାମ କରିବାକୁ ନେବାକୁ ବାଧ୍ୟ ହୋଇଥିଲେ। "ଟୁ ୱାର୍ଲ୍ଡ କୋଲାଇଡ୍ ପଡକାଷ୍ଟରେ  କଥା ହୋଇ ଜ୍ୟାକସନ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ସ୍ୱୀକାର କରିଥିଲେ । ୱାର୍ଣ୍ଣ ୨୦୨୨ ମସିହାରେ ଥାଇଲ୍ୟାଣ୍ଡରେ ହୃଦଘାତରେ ଆଖି ବୁଜିଥିଲେ ତାଙ୍କ ବୟସ ୫୨ ବର୍ଷ ଥିଲା । ସେନ୍ ୱାର୍ଣ୍ଣଙ୍କ ପୁଅ କହିଛନ୍ତି, ପିତାଙ୍କର ପୂର୍ବରୁ କେତେକ ସ୍ୱାସ୍ଥ ସମସ୍ୟା ଥିଲା । କିନ୍ତୁ ଟିକା ନେବା ପରେ ସମସ୍ୟା ବାହାରକୁ ଆସିଥିଲା । ମୁଁ ତାଙ୍କ ମୃତ୍ୟୁର ଖବର ପାଇବା ପରେ ତୁରନ୍ତ ସରକାର ଏବଂ କୋଭିଡ୍ ଟିକାକୁ ଦାୟୀ କରିଥିଲି ।

ଏହା ବି ପଢନ୍ତୁ...IPL 2026; ବ୍ୟାକ୍ ଟୁ ବ୍ୟାକ୍ ୱିନ୍ ପରେ ଚେନ୍ନାଇକୁ ବଡ଼ ଝଟକା, ଆହତ ପାଇଁ ଏହି ଷ୍ଟାର ପ୍ଲେୟାର ଆଉଟ୍  

ଜ୍ୟାକସନ କହିଛନ୍ତି ଯେ, ସେ ସ୍ମାରକୀ ସଭାରେ ସ୍ପଷ୍ଟ ଭାବରେ ନିଜର ଚିନ୍ତାଧାରା ପ୍ରକାଶ କରିବାରୁ ନିଜକୁ ରୋକିବା ପାଇଁ ସଂଘର୍ଷ କରୁଥିଲେ । ସେ କହିଥିଲେ, "ଏହା ନ କରିବା ହୁଏତ ବୁଦ୍ଧିମାନର କାମ ହୋଇଥାନ୍ତା । ଯଦି ମୁଁ କରିଥାନ୍ତା, ତେବେ ମୋର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା, କିନ୍ତୁ ମୁଁ ଏହା ଅନୁଭବ କରୁଥିଲି । ପୂର୍ବରୁ ହୃଦଘାତରେ ବହୁତ ଲୋକ ମରୁଥିଲେ।  କିନ୍ତୁ ବାପା ଭଲ ଥିଲେ । ମୁଁ ଭାବୁଛି ତାଙ୍କର ତିନି କିମ୍ବା ଚାରୋଟି (ଟିକାକରଣ) ହୋଇଥିଲା । ସେ ଟିକା ନେବାକୁ ଚାହୁଁ ନଥିଲେ, କିନ୍ତୁ ଅନ୍ୟମାନଙ୍କ ପରି କାମ କରିବା ପାଇଁ ତାଙ୍କୁ ଏହା କରିବାକୁ ବାଧ୍ୟ କରାଯାଇଥିଲା । ମୁଁ ଏହା ବିଷୟରେ ଅଧିକ ଚିନ୍ତା କରିବାକୁ ଚାହୁଁନାହିଁ କାରଣ ଏହା କେବଳ କ୍ରୋଧକୁ ବୃଦ୍ଧି କରିବ  । କ୍ରୋଧ କାହା ପାଇଁ ଭଲ ନୁହେଁ । "

​​​​​​​କହି ରଖୁଛି କି, ୨୦୨୨ରେ ଥାଇଲାଣ୍ଡରେ ଥିବାବେଳେ ସେନ୍ ୱାର୍ଣ୍ଣଙ୍କର ଆକସ୍ମିତ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା । ଏହାର ବର୍ଷକ ପୂର୍ବରୁ ୨୦୨୧ରେ କରୋନାରେ ଆକ୍ରାନ୍ତ ହୋଇଥିଲେ ।

 

​​​​​​​